ବାଇକ ଧକ୍କାରେ ଯୁବକ ମୃତ

କେନ୍ଦ୍ରାପଡ଼ା,୨୦/୦୨/୨୦୨୬ (ଓଡ଼ିଶା ସମାଚାର)- ୫୩ନମ୍ବର ଜାତୀୟ ରାଜପଥର ଦୁହୁରିଆ ନିକଟରେ ଆଜି ଦୁଇଟି ବାଇକ ମଧ୍ୟରେ ଧକ୍କା ହେବାରୁ ଜଣେ ଯୁବକଙ୍କର ମୃତୁ୍ୟ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ଡେରାବିଶ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ଯୋଗେନ୍ଦ୍ର ନାୟକଙ୍କ ସାନପୁଅ ଚିତପ୍ରକାଶ ନାୟକ(୨୫) ଏକ ବାଇକରେ ଆଜି ସକାଳ ପ୍ରାୟ ସାଢେ ୮ଟା ବେଳେ ଦୁହୁରିଆ-ପାଣ୍ଡିରୀ ରାସ୍ତାରୁ ୫୩ନମ୍ବର ଜାତୀୟ ରାଜପଥ ଉପରକୁ ଉଠୁଥିବା ବେଳେ ଚଣ୍ଡିଖୋଲ ପାଶ୍ୱର୍ରୁ ଆସୁଥିବା ଅନ୍ୟ ଏକ ବାଇକ ସହ ଧକ୍କା ହୋଇଥିଲା । ଫଳରେ ଚିତପ୍ରକାଶ ରାସ୍ତା ଉପରକୁ ଛିଟିକି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ପରେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାକୁ ରେଫର କରାଯାଇଥିଲା । କିନ୍ତୁ କଟକ ବଡ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଚତିପ୍ରକାଶ ଜଣେ ରଙ୍ଗମିସ୍ତ୍ରୀ ଭାବେ କାମ କରୁଥିଲେ ।

Leave a Reply

Your email address will not be published. Required fields are marked *