ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୨କୁ ବୃଦ୍ଧି

ଭୁବନେଶ୍ୱର, ୨୪/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଛି । ଗତକାଲି ରାଜ୍ୟରୁ ପ୍ରଥମ କରୋନା ସଂକ୍ରମିତଙ୍କୁ ନେଇ ସୂଚନା ଦିଆଯାଇଥିଲା । ତେବେ ତାଙ୍କର ସ୍ୱାସ୍ଥବସ୍ଥା ଠିକ୍ ରହିଛି ଏବଂ ସେ ହସ୍ପିଟାଲ ନଯାଇ ଘରେ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।
ଅନ୍ୟ ପକ୍ଷରେ ଗତକାଲି ଓଡିଶାରୁ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବୟସ୍କ ବ୍ୟକ୍ତିମାନେ ମାସ୍କ ପିନ୍ଧିବାକୁ ଅନୁରୋଧ କରିଥିଲା । ବହୁବିଧ ରୋଗରେ ପୀଡ଼ିତ ବୟସ୍କ ବ୍ୟକ୍ତି ମାନେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଥିଲା। ଜନଗହଳି ସ୍ଥାନକୁ ଯିବା ବେଳେ ମଧ୍ୟ ମାସ୍କ ପିନ୍ଧିବାକୁ ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *