ବାଣପୁର ୱାର୍ଡ ନଂ ୧୧ ରେ ପାଳିତ ହେଲା ୭୫ ତମ ସମ୍ବିଧାନ ଦିବସ.

ବାଣପୁର,୨୭/୧୧/୨୦୨୪ (ଓଡ଼ିଶା ସମାଚାର)-ବାଣପୁର ବଡହନ୍ତୁଆଡ଼ ହରିଜନ ସାହି ରେ ୭୫ ତମ ସମ୍ବିଧାନ ଦିବସ ବାଣପୁର ର ଏକତା ପରିଷଦ ଓ ଜୟ ଭୀମ ମିଳିତ ସହଯୋଗ ରେ ପାଳିତ ହୋଇଯାଇଅଛି । ଏହି କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମହିଳା ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ନର୍ମଦା ବେହେରା, ମୁଖ୍ୟ ବକ୍ତା ବାଣପୁର କୋର୍ଟ ର ବରିଷ୍ଠ ଆଇନଜୀବୀ ବିପ୍ଲବୀ ମୁଦୁଲି ଙ୍କ ସହିତ ସୋସିଆଲ ଆକ୍ଟିଭିଟି ତାଳୁକ ଲିଗାଲ ସହାୟତା ସ୍ୱେଚ୍ଛାସେବୀ ଅମିତାଭ ପଟ୍ଟଯୋଶୀ, ତାଳୁକ ଲିଗାଲ ସହାୟତା ସ୍ୱେଚ୍ଛାସେବୀ ଶରତ କୁମାର ମହାପାତ୍ର, ସାମ୍ବାଦିକ ସେକ ମୋହିନୁଲ ହକ, ଏକତା ପରିଷଦ ର ପ୍ରତିଷ୍ଠାତା ଶ୍ରୀମତୀ ସଂନ୍ଧ୍ୟା ଦେବୀ ,ଗ୍ରାମର ସଭାପତି ଅରୁଣ ନାୟକ ଓ ଅନ୍ୟାନ ଅତିଥି ଉପସ୍ଥିତ ରହିଥିଲେ । ବାଲୁଗାଁ ଗ୍ରାମର ସୌମ୍ୟ ରଞ୍ଜନ ନାୟକ ଯିଏ ଆମ ଭାରତ ପାଇଁ ମାର୍ସଲ ଆର୍ଟ ପ୍ରତିଯୋଗିତା ରେ ଭାଗ ନେଇ ଗୋଲ୍ଲଡ଼ ମେଡାଲ ଆଣି ଆମ ଅଂଚଳ ର ସମ୍ମାନ ବଢାଇବା ସହିତ ଦେଶ ରେ ବି ବାଲୁଗାଁ ଅଞ୍ଚଳ ନାମ କୁ ଆଗକୁ ନେଇଛନ୍ତି, ସେହି ମହାନ ଖେଳାଡି କୁ ସମ୍ବିଧାନ ଦିବସ ରେ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *