ଜୁନାଗଡ଼, ୩୦/୭/୨୦୨୪ (ଓଡ଼ିଶା ସମାଚାର/ ରାକେଶ ବେମାଲ) -କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଅଗ୍ରସେନ ଭବନ ଠାରେ ଏସ. ଆର. ରୁଙ୍ଗଟା ଗ୍ରୁପ (ଝାରଖଣ୍ଡ ), ମାରୱାଡି ଯୁବା ମଞ୍ଚ (ଜୁନାଗଡ଼ ), ମାରୱାଡି ମହିଳା ସମିତି(ଜୁନାଗଡ଼ ) ର ମିଳିତ ସହଯୋଗ ରେ ଏକ ଭ୍ରାମ୍ୟାମାଣ ଗାଡି ସହାୟତା ରେ କେନସର ସ୍କ୍ରିନିଙ୍ଗ ଟେଷ୍ଟ ଆୟୋଜନ କରାଯାଇଥିଲା । ଏଥିରେ ଜୁନାଗଡ଼ ତଥା ଆଖପାଖ ଅଂଚଳ ର ପ୍ରାୟ ୧୦୦ ଜଣ ଲୋକ ସ୍ୱଇଚ୍ଛା ରେ ଆସି ମାଗଣା ରେ ରକ୍ତ ନମୁନା ଯାଞ୍ଚ କରିଥିଲେ । ଯୁବା ମଞ୍ଚ ଅଧ୍ୟକ୍ଷ ସ୍ୱରାଜ ଅଗ୍ରୱାଲ, ମହିଳା ସମିତି ଅଧ୍ୟକ୍ଷା ମୀରା ଜୈନ ଙ୍କ ଦ୍ୱାରା ଏହି କେନସର ସ୍କ୍ରିନିଙ୍ଗ ଟେଷ୍ଟ ପରିଚାଳନା ହୋଇଥିଲା । ଏହି କାର୍ୟ୍ୟକ୍ରମ ରେ ସହାୟତା କରିଥିଲେ ବରିଷ୍ଠ ସଦସ୍ୟ ବଜରଙ୍ଗଲାଲ ଖେମକା, ଲଲିତ ଅଗ୍ରୱାଲ, ଗୋପାଳ ମିତ୍ତଲ, ସନ୍ତୋଷ ସିଂଘଲ, ପ୍ରଣବ ଗୋଏଲ, ଆଶିଷ ଗୋଏଲ, ସଂସ୍କାର ବଂଶଳ, ସୌରଭ ଅଗ୍ରୱାଲ, ସୁରଜ ଅଗ୍ରୱାଲ, ଅଙ୍କିତ ଶର୍ମା । ଏହି ସ୍କ୍ରିନିଙ୍ଗ ଟେଷ୍ଟ ସକାଳ ୯ ଘଣ୍ଟା ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଘଣ୍ଟା ପର୍ୟ୍ୟନ୍ତ ଚାଲିଥିଲା ।
ଜୁନାଗଡ଼ ଆଗ୍ରସେନ ଭବନ ଠାରେ କେନସର ସ୍କ୍ରିନିଙ୍ଗ ଟେଷ୍ଟ ଅନୁଷ୍ଠିତ
