କଟକ ସଦର,୨୩/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- ଗତ ‘ଦାନା’ବାତ୍ୟା ସମୟରେ କୁଆଡେ ନଯାଇ ବ୍ଲକରେ ବସି ଭଲ କାମ କରିଥିବା ଦର୍ଶାଇ ତତ୍କାଳୀନ କଟକ ସଦର ଵିଡିଓ ରୁମନା ଜାଫ୍ରି ଵରାଦିଆ ସମ୍ବର୍ଦ୍ଧିତ ହୋଇଥିବା କୁ ନେଇ ବିବାଦୀୟ ହୋଇପଡିଥିଲେ। ଯାହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ବିବାଦୀୟ ଵିଡିଓ ଙ୍କୁ ଅନ୍ୟତ୍ର ଵଦଳି କରାଯାଇଥିଲା। ବ୍ଲକ୍ ଛାଡିବା ଦିନ ରୁମନା ଜାଫ୍ରି କାନ୍ଦି କାନ୍ଦି ଯାଇଥିବା ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଵା ବେଳେ ଏଵେ ବଦଳିର ଏକମାସ ପରେ ଗତକାଲି ଶୁକ୍ରବାର ଦିନ ପୁଣି ଵ୍କକ କୁ ଆସି ହସି ହସି ବିଦାୟକାଳୀନ ସମ୍ବର୍ଦ୍ଧିତ ହେବା କାହାର ଓ କେଉଁ ସ୍ୱ।ର୍ଥରେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହେଲେ ଉକ୍ତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଵ୍ଲକର ଯାନ୍ତ୍ରିକ ବିଭାଗର କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ମାନେ ଯୋଗ ଦେଇଥିବା ବେଳେ ନୂତନ ଭାବେ ଯୋଗଦେଇ ଥିବା ଵିଡିଓ ପ୍ରତୀକ ସାହୁ କିମ୍ଵା ଅତିରିକ୍ତ ଵିଡିଓ ଝାଡେଶ୍ୱର ଦାସ ଯୋଗ ଦେଇନଥିବା ଜଣାପଡିଛି।
କାନ୍ଦି କାନ୍ଦି ବ୍ଲକ୍ ଛାଡିବାର ମାସକ ପରେ ଵ୍କକ୍ ଆସି ହସି ହସି ବିଦାୟକାଳୀନ ସମ୍ବର୍ଦ୍ଧିତ ହେଲେ ବିବାଦୀୟ ଵିଡିଓ ରୁମନା ଜାଫ୍ରି
