କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜୋନାଲ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ଭଳିବଲ ପ୍ରତିଯୋଗିତା

ଜୁନାଗଡ଼,୨୩/୧୧/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜୋନାଲ ସ୍ତରୀୟ  ବିଜ୍ଞାନ ପ୍ରଦର୍ଶନୀ ଓ ଭଳିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ଶିକ୍ଷା ନିରୀକ୍ଷକ କମଳାକାନ୍ତ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ମୁଖ୍ୟବକ୍ତା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ,ସମ୍ମାନିତ ଅତିଥି ଆଇଟିଡିଏ ର ସ୍ୱତନ୍ତ୍ର ଅଧିକାରୀ ନନ୍ଦ କିଶୋର ତାଣ୍ଡି,  ବିଇଓ ତପନ ମାଝୀ,ନବରଙ୍ଗପୁର ଜିଲ୍ଲା ଶିକ୍ଷା ନିରୀକ୍ଷକ କୈଳାଶ ଚନ୍ଦ୍ର ମହାରଣା, ଜୁନାଗଡ଼ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ, କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ମେହେର, କଲେଜ ଅଧ୍ୟକ୍ଷ ରଞ୍ଜନ ପଣ୍ଡା, ଖଲିଆଭଟା ସ୍କୁଲ ର ପ୍ରଧାନ ଶିକ୍ଷକ ଉମଶଙ୍କର ପଣ୍ଡା, ପ୍ରଶାନ୍ତ କୁମାର ପତି, କୀର୍ତ୍ତି ଚନ୍ଦ୍ର ସାହୁ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଦ୍ୱିତୀଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଏହି ବିଜ୍ଞାପନ ପ୍ରଦର୍ଶନୀ କାର୍ଯ୍ୟକ୍ରମ ରେ ନୂଆପଡା ଜିଲ୍ଲାର ୨ଟି ପ୍ରକଳ୍ପ, କଳାହାଣ୍ଡି ଜିଲ୍ଲାର ୬ଟି ପ୍ରକଳ୍ପ, ନବରଙ୍ଗପୁର ଜିଲ୍ଲାର ୯ ପ୍ରକଳ୍ପ  ପ୍ରଦର୍ଶିତ ହୋଇଥିଲା । କୃତୀ ପ୍ରତିଯୋଗି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।ବିଜ୍ଞାନ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ପ୍ରକାଶ ନିଶଙ୍କ, ସନ୍ତୋଷ କୁମାର କର ଓ ତ୍ରିନାଥ ବିଷୋୟୀ ବିଚାରକ ଭାବେ ଥିଲେ । ପୁରସ୍କାର ବିତାରଣୀ ସଭାରେ ମଣ୍ଡଳ ଶିକ୍ଷା ନିରୀକ୍ଷକ କମଳାକାନ୍ତ ପ୍ରହରାଜଙ୍କୁ ଆଦର୍ଶ ମଣ୍ଡଳ ଶିକ୍ଷା ନିରକ୍ଷକ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସେହିଭଳି କଳାହାଣ୍ଡି ଜିଲ୍ଲାର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର ଓ ନବରଙ୍ଗପୁର ଜିଲ୍ଲାର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଦ୍ୱିତୀଚନ୍ଦ୍ର ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ବିଜ୍ଞାନ ଶିକ୍ଷକ ତଥା ଏନସିସି ଶିକ୍ଷକ ସନ୍ତୋଷ କୁମାର ମେହେର ମଞ୍ଚ ପରିଚଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ହୃଷିକେଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।  ସଭାପରେ ଛାତ୍ରଛାତ୍ରୀ ଦ୍ୱାରା ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷକ ଶୁଶୀଲ କୁମାର ନାଗ, କ୍ରୀଡା ଶିକ୍ଷକ ବିଜୟ କୁମାର ନାଏକ, ଜିତେନ୍ଦ୍ର ମେହେର, ଜନ୍ମେଜୟ ନାଏକ, ଶିକ୍ଷୟତ୍ରୀ ଗିରିଜା କୁମାରୀ ନାଏକ,ସୁନିତା ମିଶ୍ର, ରୀନା କୁମାରୀ ବେହେରା,ଦେବେଶ୍ୱରୀ ନାଏକ, ମଞ୍ଜୁଲତା ବାରିକ, କମଳିନୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *