ଜଗତସିଂହପୁର,୨/୧୧/୨୦୨୪ (ଓଡ଼ିଶା ସମାଚାର)-ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହ ଠାରେ ପୁରୁଷ ବନ୍ଧ୍ୟାକରଣ ପକ୍ଷ,ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଘୁନାଥ ନାୟକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ନଭେମ୍ବର ମାସ୨୧ତାରିଖରୁ ଡିସେମ୍ବର୪ତାରିଖ ପର୍ଯ୍ୟନ୍ତ ଏହି ପକ୍ଷ ପାଳିତ ହୋଇଥାଏ । ଉକ୍ତ ସଭାରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଘୁନାଥ ନାୟକ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଅଭିଭାଷଣରେ ଆମ ଜ଼ିଲ୍ଲାର ପୁରୁଷ ବନ୍ଧ୍ୟାକରଣର ସଚେତନତା ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ । ଏହି ପକ୍ଷକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ନଭେମ୍ବର୨୧ତାରିଖରୁ୨୭ତାରିଖ ପର୍ଯ୍ୟନ୍ତ ସଚେତନତା ସପ୍ତାହ ଓ ନଭେମ୍ବର୨୮ତାରିଖରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ସେଵା ପ୍ରଦାନ ସପ୍ତାହ । ଏବର୍ଷର ବାର୍ତ୍ତା : ” ପତିପତ୍ନୀ ମିଶି କରନ୍ତୁ ଆରମ୍ଭ ପରିବାର ନିୟୋଜନ ଚର୍ଚ୍ଚାର ଶୁଭାରମ୍ଭ “। ପୁରୁଷମାନଙ୍କ ପାଇଁ ଏନ .ଏସ .ଭି . ଏକ ସହଜ ,ଫଳପ୍ରଦ ଓ ସୁରକ୍ଷିତ ଜନ୍ମନିରୋଧ ଉପାୟ ଅଟେ । ଏଥିରେ ବେଶୀ କଟାକଟି କି ସିଲେଇର ଆବଶ୍ୟକତା ନାହିଁ କି ପାଶ୍ୱ ପ୍ରତିକ୍ରିୟା ନାହିଁ । ଏହାଦ୍ୱାରା ପୁରୁଷର କୌଣସି କ୍ଷତି ହୁଏନାହିଁ । ଏହି ସେବା ମାଗଣାରେ ଯୋଗାଇ ଦିଆଯିବା ସହ ସେବା ଗ୍ରହଣକାରୀଙ୍କ ପାଇଁ ଟ୨୦୦୦ଙ୍କା ରାଶି ପ୍ରଦାନର ସୁବିଧା ଅଛି ବୋଲି ଲୋକମାନଙ୍କୁ ଅବଗତ କରାଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଆମ ସମସ୍ତଙ୍କ ଦାୟିତ୍ୱ ହେବା ଉଚିତ ବୋଲି ବକ୍ତବ୍ୟ ରଖିଥିଲେ । ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡାକ୍ତର ପ୍ରମୋଦ ବାରିକ ଏହି ପକ୍ଷ ପାଳନର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିବାକୁଯାଇ ଅଭିଭାଷଣ ରଖିଥିଲେ ଯେ ପ୍ରଥମ ସପ୍ତାହରେ ସଚେତନତା ସପ୍ତାହ । ଏହି ସପ୍ତାହରେ ପ୍ରତ୍ୟେକ ବ୍ଲକରେ ସଚେତନତା ରଥ ଓ ମାଇକିଙ୍ଗ ମାଧ୍ୟମରେ, ଆଶା ଓ ସ୍ୱାସ୍ଥ୍ୟକର୍ମକର୍ତ୍ତା ଲୋକମାନଙ୍କୁ ବୁଝାଇବେ ବ୍ୟକ୍ତିଗତ ସ୍ତରରେ ହେଉ ଅବା ଗ୍ରୁପ, ତା ସହିତ ବ୍ୟାନର ,ପୋଷ୍ଟର, ଲିଫଲେଟ ଆଦି ଦେଖାଇ ପଢାଇ ସଚେତନ କରିବେ । ଦ୍ୱିତୀୟ ସପ୍ତାହରେ ଯେଉଁମାନଙ୍କୁ ଏ .ଏସ .ଭି .ନିମନ୍ତେ ପଞ୍ଜିକରଣ କରିଥିବେ ସେମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଡାକ୍ତରଙ୍କ ଦ୍ୱାରା ସେବା ପ୍ରଦାନ କରିବେ ଓ ସେ ସମ୍ପୂର୍ଣ ସୁସ୍ଥ ହେଲା ପର୍ଯ୍ୟନ୍ତ ତଦାରଖ କରିବେ ବୋଲି ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାରେ ଜ଼ିଲ୍ଲା ସ୍ତରରୁ ଏନ.ଏସ.ଭି ସର୍ଜନ ଡାକ୍ତର ସ।ଇଖ କାସିଫ ସାହାଜାଦା ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ନିମନ୍ତେ କଣସବୁ ପଦକ୍ଷେପ ନେବାଉଚିତ ଓ ଅପେରସନ ଗୃହରେ କଣସବୁ ସତର୍କତା ଅବଲମ୍ବନ କରାଯିବ। ଆବଶ୍ୟକତା ସେ ବିଷୟରେ ଆଲୋକପାତ କରିଥିଲେ । ଗତ୨୦୨୩-୨୪ବର୍ଷରେ ଏରସମା, ମଣ୍ଡାସାହି ଓ କୁଜଙ୍ଗ ପୁରୁଷ ବନ୍ଧ୍ୟାକରଣ କରାଇଥିଲେ ତେଣୁ ସେଠିକାର ସୁପରିଟେଣ୍ଡେଣ୍ଟ, ପି.ଏଚ.ଇ.ଓ. ଓ ବି.ପି.ଏମ.ଙ୍କୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହିସାବରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟଅଧିକାରୀ ଡାକ୍ତର ରଘୁନାଥ ନାୟକ ଟ୍ରଫି, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ । ଉକ୍ତ ସଭାରେ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣକରିଥିଲେ । ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା, ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହିତ ବ୍ଲକ ସ୍ତରରୁ ସମସ୍ତ ସୁପରିଟେଣ୍ଡେଣ୍ଟ ଓ ପ୍ରୋଗ୍ରାମ ଅଫିସରମାନେ ଉପସ୍ଥିତ ଥିଲେ ।