ଭତ୍ତା ବୃଦ୍ଧି ପାଇଁ ବାହାନାଗାବ୍ଲକ ଘେରାଉ କଲା ସଂଘର୍ଷ ସମିତି

.
ବାହାନାଗା ୧୯/୧୧/୨୦୨୪ (ଓଡ଼ିଶା ସମାଚାର)-ଓଡିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତି ଆହ୍ୱାନ ରେ ବାଲେଶ୍ୱର ଜିଲ୍ଲା ବାହାନାଗା ବ୍ଲକ ସମୁଖରେ ଜିଲ୍ଲା ସଭାପତି ଦୀନବନ୍ଧୁ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି ଯୋଗଦେଇ କହିଲେ ରାଜ୍ୟ ସରକାର ଯଦି ତୁରନ୍ତ ୩୦୦୦ ଟଙ୍କା ରୁ ୩୫୦୦ ଭତ୍ତା ବୃଦ୍ଧି ନକରନ୍ତି , ବିଧାନସଭା ଘେରାଉ କରାଯିବ । ଏହି ମର୍ମ ରେ ବ୍ଲକ ଗୋଷ୍ଟି ଉନୟନ ଅଧିକାରୀ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏହି ଦାବି ପ୍ରଦାନ କରାଯାଇଥିଲା । ଏହି ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ଶରତ କୁମାରରଣା ,ସିପ୍ରା ଦାସ ,ରେନ୍ଦ୍ର କର ,ରଜନୀ ବିଶ୍ୱାଳ ପ୍ରମୁଖ ସରକାର ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତି ପାଳନ ନ କଲେ ଆନ୍ଦୋଳନ ବ୍ୟାପକ କରିବାକୁ ଚିତାବନୀ ଦେଇଥିଲେ ।

 

Leave a Reply

Your email address will not be published. Required fields are marked *