ଭତ୍ତାବୃଦ୍ଧି ଦାବିରେ ସଂଘର୍ଷ ସମିତି ପକ୍ଷରୁ ଯାଜପୁର ବ୍ଲକ ଘେରାଉ.

ଯାଜପୁର ୧୯/୧୧/୨୦୨୪ (ଓଡ଼ିଶା ସମାଚାର)-ଓଡିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତି ଆହ୍ୱାନ ରେ ରାଜ୍ୟ ର ସମସ୍ତ ବ୍ଲକ ଗୋଷ୍ଠି ଉନୟନ ଅଧିକାରୀ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ବି ଜେ. ପି. ସରକାର ନିର୍ବାଚନ ପ୍ରତିଶୃତି ଅନୁଯାଇ ୩୦୦୦ ରୁ ୩୫୦୦ ଟଙ୍କା ମଧୁବାବୁ ପେନଶନ ହିତାଧିକାରୀ ମାନ ଙ୍କୁ ଭତ୍ତା ବୃଦ୍ଧି ଦାବି ପ୍ରଦାନ କରାଯିବା ଡାକରା ଅନୁସାରେ ଯାଜପୁର ବ୍ଲକ ସମୁଖରେ ୨୭ ଗୋଟି ଗ୍ରା. ପ. ରୁ ଭତ୍ତାଧାରୀ ମାନେ ଜିଲ୍ଲା ସଭାପତି ମାୟାଧର ପାତ୍ର ଙ୍କ ନେତୃତ୍ୱ ରେ ଘେରାଉ କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ତୁରନ୍ତ ସମସ୍ତ ଙ୍କ ଭତ୍ତା ବୃଦ୍ଧି ପାଇଁ ମାନପତ୍ର ପ୍ରଦାନ କରିଥିଲେ. । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ରାଜ୍ୟସଭାପତି ବିଦ୍ୟାଧର ମହାନ୍ତି ସରକାର ଙ୍କ ସାଧାରଣ ହିତାଧିକାରୀ ମାନଙ୍କ ଅଧିକାର ରୁ ବଂଚିତ କଲେ ଆସନ୍ତା ଶୀତ କାଳୀନ ଅଧିବେଶନ ବେଳେ ବିଧାନସଭା ଘେରାଉ କାର୍ୟ୍ୟକ୍ରମ କରିବାକୁ ବାଧ୍ୟହେବୁବୋଲି ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କୁ ଚିତାବନୀ ଦେଇଥିଲେ. । ଦେଶରେ ଦରଦାମ ବୃଦ୍ଧି କୁ ଆଖି ଆଗରେ ରଖି ଅନ୍ୟରାଜ୍ୟ ଯଥା କେରଳ. ଆନ୍ଧ୍ରପ୍ରଦେଶ. ତେଲେଂଗାନା. ଦିଲ୍ଲୀ. ହରିୟାଣା ଓ କର୍ଣ୍ଣାଟକ ୪୦୦୦ ରୁ ୬୦୦୦ ଟଙ୍କା ଭତ୍ତାପ୍ରଦାନ କରୁଥିବା ବେଳେ ଆମ ରାଜ୍ୟ ର ଡବଲଇଞ୍ଜିନ ସରକାର ର ନୀରବତା କୁ ହିତାଧିକାରୀ ମାନେ କଡ଼ା ଜବାବ ଦେବେ ବୋଲି ଭତ୍ତାସଂଘର୍ଷ ସମିତି ପକ୍ଷରୁ ସତର୍କ କରାଯାଇଛି.ା ଏହି ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ସୁନୀଲ କୁମାର ଦାସ. ବ୍ରହ୍ମାନନ୍ଦ ଦାସ ନିରୁପମା ମହାରଣା ଭାସ୍କର ପରିଡା. ପର୍ଶୁରାମ ସାହୁ. ମହିନ୍ଦ୍ର ମହାପାତ୍ର ପରୀକ୍ଷିତ ମଲ୍ଲିକ ପ୍ରମୁଖ ସରକାର ଙ୍କୁ ଦୃଢ଼ ସମାଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *