୩୦ତମ ନିରାକାରପୁର ସର୍ବ ଭାରତୀୟ ସଖା ସଂଘ ଫୁଟବଲ : ପ୍ରଦର୍ଶନୀ ମ୍ୟାଚରେ ୫-୦ ରେ ୟୁନିଟ ୬ ବିଜୟୀ

ନିରାକାରପୁର, ୧୫/୧୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡ଼ା ସଂସଦ ଆନୁକୁଲ୍ୟରେ କ୍ଷେତ୍ରବାସୀ କଲେଜ ଷ୍ଟାଡିୟମରେ ୩୦ତମ ନିରାକାରପୁର ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି। ଆଜିର ପ୍ରଦର୍ଶନୀ ମ୍ୟାଚ  ପ୍ରଥମେ ନିରାକାରପୁର ଭେଟରାନ ଟିମ୍ ଓ ଟାଉନ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭେଟରାନ ଟିମ୍ କୁ ୨-୦ ଗୋଲରେ ଟାଉନ ଟିମ୍ ପରାସ୍ତ କରି ବିଜୟୀ ହୋଇଥିଲା। ପରେ ଆରମ୍ଭ ହୋଇଥିବା ମହିଳା ମ୍ୟାଚ ଭୁବନେଶ୍ୱର ୟୁନିଟ ୬ ଓ ଢେ଼ଙ୍କାନାଳ ପପୁଲାର ମହିଳା ଦଳ। ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ ୫-୦ ଗୋଲରେ ଭୁବନେଶ୍ୱର ୟୁନିଟ ୬ ବିଜୟୀ ହୋଇଥିଲା।ଆଜିର ଖେଳକୁ ଶରତ ଚନ୍ଦ୍ର ଛୋଟରାୟ, ପ୍ରମୋଦ କୁମାର ଦାସ,ସୁକାନ୍ତ କୁମାର ପ୍ରଧାନ,ହୃଦାନନ୍ଦ ମହତରାୟ ଓ ଅକ୍ଷୟ କୁମାର ପଟ୍ଟନାୟକ, ଓମ ପ୍ରକାଶ ମିଶ୍ର ପରିଚାଳନା କରିଥିଲେ। ଆଜିର ମ୍ୟାଚରେ ମୁଖ୍ୟଅତିଥି ଭାବେ  ରାଜ୍ୟ ମହିଳା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ସମ୍ମାନୀତ ଅତିଥି ଭାବେ ସମାଜସେବୀ ଡ ପ୍ରକାଶ କୁମାର ଶ୍ରୀଚନ୍ଦନ, ସଖାସଂଘ ଉପସଭାପତି ପ୍ରଫୁଲ୍ଲ କୁମାର ଜେନା ଓ ଉପଦେଷ୍ଟା ରବୀନ୍ଦ୍ର କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସଖାସଂଘ କ୍ରୀଡ଼ା ସଂସଦ ସଭାପତି ବିପିନ କୁମାର ଜୟସିଂହ ସଭାରେ ସଭାପତିତ୍ବ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ସଭ୍ୟମାନେ ସହଯୋଗ କରିଥିଲେ। ଏହି ଅବସରରେ ଅତିଥିମାନେ ସଂଘ ସହ ସମ୍ପାଦକ ଦୀପକ କୁମାର ପ୍ରଧାନ ଙ୍କ ସ୍ଵର୍ଗଗୀୟା ମାତା ଉଷାରାଣୀ ପ୍ରଧାନ ଓ ଉପସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ସ୍ଵର୍ଗଗୀୟା ଧର୍ମପତ୍ନୀ ପ୍ରମିଳା ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଭୟ ଦଳର ଭଲ ଖେଳାଳି ଦୁଇ ଜଣ ଙ୍କୁ  ଟ୍ରଫି ପ୍ରଦାନ କରାଯାଇଥିଲା। ଅତିଥି ମାନେ ବିଜେତା ଓ ରନର୍ଶ ଅପ୍ ଦଳକୁ ଉପଦେଷ୍ଟା ରବୀନ୍ଦ୍ର କୁମାର ରାଉତରାୟ ଙ୍କ ପ୍ରଦତ୍ତ ବାମନ ସ୍ମାରକୀ ଟ୍ରଫି ପ୍ରଦାନ କରିଥିଲେ। ଆସନ୍ତା କାଲିର ଫାଇନାଲ ମ୍ୟାଚ ୟଙ୍ଗ ଉତ୍କଳ କଟକ ଓ ଢେ଼ଙ୍କାନାଳ ,ପପୁଲାର କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *