ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ-୨୦୨୬ ରେ 

ସମ୍ମାନିତ ହେଲେ କୋରାପୁଟ ର ସଂଗୀତା ମିଶ୍ର

ଲକ୍ଷ୍ମୀପୁର ୦୩/୦୩/୨୦୨୬ (ଓଡିଶା ସମାଚାର/ପ୍ରମୋଦ ଜେନା)-ଭୁବନେଶ୍ୱର ସ୍ଥିତ ରାମମନ୍ଦିର ପାଖ ୟୁନିଟ-୯ ବୁଦ୍ଧମନ୍ଦିର ଅଡିଟରୀୟମରେ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର, ଓଡ଼ିଶା ଏବଂ ଓଡ଼ିଶା ସାହିତ୍ୟିକ ଏକାଡେମୀ, ଭୁବନେଶ୍ୱର, ଓଡ଼ିଶା ର ଦଶମ ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ -୨୦୨୬ ଅନୁଷ୍ଠିତ ହୋଇଛି। ଏହି ଉତ୍ସବର ସମାଜସେବୀ ତଥା ସାହିତ୍ୟିକା ସଂଗୀତା ମିଶ୍ରଙ୍କୁ ” ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ-୨୦୨୬”ରେ ସମ୍ମାନିତ କରାଯାଇଛି ।

ସଂଗୀତା ମିଶ୍ର ନିଖିଳ ଓଡ଼ିଶା ସ୍ବେଛାସେବୀ ମହାସଂଘ କୋରାପୁଟ ଜିଲ୍ଲା ସ୍ବେଛାସେବୀ ସଂଗଠନର ସଭାନେତ୍ରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି। ସଂଗୀତା ସବୁବେଳେ ତାଙ୍କର ପ୍ରବନ୍ଧ ତଥା କବିତା ମାଧ୍ୟମରେ ସମାଜ କୁ ବହୁତ ସୁନ୍ଦର ସୁନ୍ଦର ବାର୍ତ୍ତା ଦେବା ସହିତ କଣ କଲେ ସମାଜରେ ବଞ୍ଚୁଥିବା ଲୋକଙ୍କର ଚିନ୍ତାଧାରାରେ ପରିବର୍ତନ ଆସିବ ସେଥିପାଇଁ ତାଙ୍କର ପ୍ରଥମ ପୁସ୍ତକ “ସ୍ବପ୍ନ -ଏକ ନୂଆ ସକାଳର “ରେ ଲିପିବଦ୍ଧ କରିଛନ୍ତି। ସେ ସବୁବେଳେ ଏକ ସୁନ୍ଦର ସମାଜ ଗଠନ କରିବା ପାଇଁ ଚେଷ୍ଟା କରିଆସିଛନ୍ତି।ସେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ମୋର ପ୍ରଥମ କର୍ତ୍ତବ୍ୟ ବୋଲି ମନେକରନ୍ତି। ତାଙ୍କ ମତରେ “ମାନବ ସେବା ହିଁ ମାଧବ ସେବା”। ସେବା ବିନା ସେ ଅଧୁରା ବୋଲି ସ୍ୱୀକାର କରନ୍ତି।

Leave a Reply

Your email address will not be published. Required fields are marked *