ଭରତପୁର ପ୍ରାଥମିକ କୃଷି ସମବାୟ ସମିତି ରାଜ୍ୟ ସ୍ତରରେ ଦ୍ୱିତୀୟ

କେନ୍ଦ୍ରାପଡ଼ା, ୧୮/୧୧/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟସ୍ତରୀୟ ୭୧ତମ ସମବାୟ ଦିବସ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିକୁ ପୁରସ୍କୃତ କରାଯାଇଛି । ଏହି ଉପଲକ୍ଷେ ଓଡିଶା ରାଜ୍ୟ ସମବାୟ ୟୁନିଅନର ସଭାପତି ସୁଶ୍ରୀ ପ୍ରବାସିନୀ ଷଡଙ୍ଗୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଧାନସଭା ବାଚସ୍ପତି ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ସମବାୟ, ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳସାମନ୍ତ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ମତ୍ସ୍ୟ, ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଟ, ସମବାୟ ସମିତି ସମୁହର ନିବନ୍ଧକ ଓ ମହାସମୀକ୍ଷକ ପ୍ରଭୁକଲ୍ୟାଣ ମହାପାତ୍ର ପ୍ରମୁଖ ଯୋଗଦେଇ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଭରତପୁର ପ୍ରାଥମିକ କୃଷି ସମବାୟ ସମିତିକୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଛନ୍ତି । ସମିତିର ସଭାପତି ବସନ୍ତ କୁମାର ରାଉତ ଏବଂ ସମ୍ପାଦକ ପ୍ରବୋଧ କୁମାର ଲେଙ୍କା ଆଜି ଅତିଥିମାନଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଋଣ କାରବାର, ଜମା ସଂଗ୍ରହ, କମ୍ପୁ୍ୟଟରିକରଣ, ସ୍ୱୟଂ ସହାୟିକା ଗୋଷ୍ଠିକୁ ଋଣ ପ୍ରଦାନ, ଚାଷୀଙ୍କୁ ସାର ଓ ବିହନ ପଭୃତି ଯୋଗାଣରେ ସଫଳ ହୋଇଥିବାରୁ ଭରତପୁର ପ୍ୟାକ୍ସ ରାଜ୍ୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର ଏହି ପୁରସ୍କାର ପ୍ରାପ୍ତ ହୋଇଛି ।

Leave a Reply

Your email address will not be published. Required fields are marked *