କଟକ ସଦର, ୧୮/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଏସିଆ ମହାଦେଶର ଏକମାତ୍ର ତଥା ରାଷ୍ଟ୍ରିୟ ମାନ୍ୟତା ଅପେକ୍ଷାରେ ଥିବା କଟକର ଐତିହାସିକ ମୁକ୍ତାକାଶ ବାଲିଯାତ୍ରାକୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବାକୁ ଚଳିତବର୍ଷ ଜିଲ୍ଲା ପ୍ରଶାସନ ସବୁ ଵ୍ୟଵସ୍ଥା କରିଥିବା ବେଳେ ପ୍ରଥମ ଦିନ ଆରମ୍ଭ ରୁ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହୋଇଆସୁଛି। ଉଦଘାଟନ ଦିନ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିରକ୍ତି ମନୋଭାବ ପ୍ରକାଶ କରି ଵେଟ୍ରିଚାଳିତ ଗାଡିରୁ ଓହ୍ଲାଇ ଚାଲିଚାଲି ଯିବା, ଦ୍ଵିତୀୟ ଦିନ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଅସିମା ପଣ୍ଡା ଗୀତ ଗାଉଥିବା ବେଳେ ତାଙ୍କୁ ପୋଲିସ ମଞ୍ଚ ରୁ ଓହ୍ଲେଇ ଦେବା ଏଵଂ ତୃତୀୟ ଦିନ ବିଦ୍ୟୁତ୍ ଆଘାତରେ ଯାତ୍ରା ବୁଲିବାକୁ ଆସିଥିବା ଜଣେ ଛୋଟ ପିଲାର ଅକାଳ ମୃତ୍ୟୁ ଘଟିବାକୁ ନେଇ ପ୍ରଶାସନିକ ଵ୍ୟଵ୍ୟସ୍ଥା ଉପରେ ଆଙ୍ଗୁଳି ଉଠିଛି। ସୂଚନାଯୋଗ୍ୟ ଯେ ଏଣିକି ବାଲିଯାତ୍ରାର ସମୟସୀମା ରାତି ୧୦ ଟାକୁ ସାଢେ଼ ଦଶଟା ଅଧଘଣ୍ଟାଏ ଵଢାଇ ଦିଆଯାଇଥିବା ଜଣାପଡିଛି।