ଅର୍କ ଏକାଡେମୀ ଅଫ ମ୍ୟାନେଜମେଂଟ ଷ୍ଟଡିଜ ପକ୍ଷରୁ ଗାନ୍ଧୀ ଓ ଶାସ୍ତୀ ଜୟନ୍ତୀ ପାଳନ

କେନ୍ଦ୍ରାପଡ଼ା, ୦୨/୧୦/୨୦୨୪ (ଓଡ଼ିଶା ସମାଚାର)-ଅର୍କ ଏକାଡେମୀ ଅଫ୍ ମ୍ୟାନେଜମେଂଟ ଷ୍ଟଡିଜ୍ ପକ୍ଷରୁ ବୁଧବାର ମହାତ୍ମାଗାନ୍ଧୀଙ୍କ ୧୫୫ତମ  ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଅନୁଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦକ ଆଦିତ୍ୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ପୋଲିସ ଡିଏସପି ସରିତା ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତିରପିତା ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୀବନଦର୍ଶ ଉପରେ ବିଭିନ୍ନ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହିତ ଛାତ୍ରଛାତ୍ରୀମାନଙ୍କ ଅବଗତି ନିମନ୍ତେ ସେମାନଙ୍କ ସୁରକ୍ଷା ପାଇଁ ଥିବା ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫା ସମ୍ପର୍କରେ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବୁଦ୍ଧିଜୀବୀ ଗୟାଧର ଧଳ, ସାମାଜିକ କାର୍ଯ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ଅମିତ୍ କୁମାର ମହାନ୍ତି ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅଧ୍ୟାପିକା ରିତାୟନୀ ସାହୁ ଉତ୍ସବ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ମୋନାଲି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସକାଳେ ଅଧ୍ୟାପକ ପପୁନ କୁମାର ସାହୁଙ୍କ ନେତୃତ୍ୱରେ ସହରର କଜଳା ଗ୍ରାମରେ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱଛତା କାର୍ଯ୍ୟକ୍ରମରେ ସଫେଇ କରାଯାଇଥିଲା । ଏଥିରେ ଅଧ୍ୟାପିକା ରିତାୟନୀ ସାହୁ, ଅନିନ୍ଦିତା ବିଶ୍ୱାଳ, ଲକ୍ଷ୍ମୀପ୍ରିୟା ମଲ୍ଲିକ, ନିୟୁଶ୍ରୀ ଜେନା, ମୋନାଲୀ ମହାପାତ,ପୁଷ୍ପାଞ୍ଜଳି ବିଶ୍ୱାଳ, ସସ୍ମିତା ପତି, ଶୁଭଶ୍ରୀ ଶୁଭସ୍ମିତା ବେହେରା ଓ ଅଧ୍ୟାପକ ସୁନିଲ କୁମାର ବରାଳ, ଅକ୍ଷୟ କୁମାର ବାରିକ, ପପୁନ କୁମାର ସାହୁ, ରମେଶ ଚନ୍ଦ୍ର ଦାଶ, ସୁରଜ ରାଉତ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *