ବାଲିଗୁଡା,୦୪/୦୭/୨୬: (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶା ସରକାରଙ୍କ ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୭୭ ତମ ବନ ମହୋତ୍ସବ ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ବାଲିଗୁଡା ବନାଞ୍ଚଳ ଖମନଖୋଲ ସେକ୍ସନ ର ଲଣ୍ଡାଗାଁ ବିଟ ର ବନପାଳ ଗିରିଶ ଚନ୍ଦ୍ର ସାହୁ ଙ୍କ ତତ୍ଵାବଧାନରେ ଅନାଗୁଲ ସରଂକ୍ଷିତ ଜଙ୍ଗଲର ବାଉଁଶଖୋଲ ଯୋର ଠାରେ ୭୭ ତମ ବନ ମହୋତ୍ସବରେ ୪ ହଜାର ବାଉଁଶ ଚାରା ରୋପଣ କରାଯାଇଛି । ଏହି ଅଞ୍ଚଳରେ ହାତୀ ମାନଙ୍କ ଚଳପ୍ରଚଳ ପଥ ହୋଇଥିବା ବେଳେ ବାଉଁଶ ସେମାନଙ୍କ ପ୍ରଧାନ ଖାଦ୍ୟ ହୋଇଥିବାରୁ ବନ ବିଭାଗ ପକ୍ଷରୁ ପ୍ରାଥମିକତା ଭିର୍ତ୍ତିରେ ବାଉଁଶ ଗଛ କୁ ପ୍ରାଧାନ୍ୟ ଦିଆଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।
ସାରା ପୃଥିବୀ ରେ ପରିବେଶ ପରିବର୍ତ୍ତନ କୁ ନେଇ ଚିନ୍ତିତ ଥିବା ବେଳେ ଖାଲିଥିବା ସ୍ଥାନ ରେ ଗଛ ଲଗାଇ ନୂତନ ଜଙ୍ଗଲ ସୃଷ୍ଟି କରିବା ସହ ‘ପ୍ରଥମେ ପ୍ରକୃତି ପରେ ମଣିଷ’ ବାର୍ତ୍ତା ଦିଆଯାଇଛି । ବେଳ ଥାଉ ଥାଉ ସୁଧୁରିଯିବା ନଚେତ ମାଡି ଆସିପାରେ ମହାବିପଦ ଏଣୁ ଜଙ୍ଗଲ ସୁରକ୍ଷା ଜରୁରୀ ବୋଲି ଉପସ୍ଥିତ ବନବିଭାଗ ଅଧିକାରୀ,ଲୋକ ପ୍ରତିନିଧି ଓ ବୁଦ୍ଧିଜୀବି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଲୋକପ୍ରତିନିଧି, ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଛାତ୍ରଛାତ୍ରୀ, ବନ ସୁରକ୍ଷା ସମିତି ସଭ୍ୟ ସଭ୍ୟା , ସମାଜ ସେବୀ, ବନ ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ହୋଇ ୪ ହଜାର ବାଉଁଶ ଚାରା ରୋପଣ କରି ଥିଲେ । ଏହି କାର୍ଯ୍ୟକ୍ରମରେ ବନପାଳ ଗିରିଶ ସାହୁ ,ଫରେଷ୍ଟ ଗାର୍ଡ ଦୀପକ କୁମାର ଖଣ୍ଡଗିରି , ଭିମରାଜ ବେହରଦଲାଇ ,ସମେତ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ମନୋଜ କୁମାର ସାହୁ , ସଂଜୀବ କୁମାର ବେହେରା ,ଶିକ୍ଷକ ପ୍ରଶାନ୍ତ ନାୟକ ,ସରୋଜ କୁମାର ମଲ୍ଲିକ ,ଦିବ୍ୟଲୋଚନ ମହାରଣା ,ସନ୍ତୋଷ ପ୍ରଧାନ ,ହେମସାଗର କହଁର ,ଜଲନ୍ଧର ପରିଡା ,ସତ୍ୟ ପ୍ରିୟା ନାୟକ ,ସାମ୍ବାଦିକ ସନ୍ତୋଷ କୁମାର ଦାସ , ମନୋରଞ୍ଜନ ରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରି ଚାରା ରୋପଣ କରିଥିଲେ ।
