ଜଗତସିଂହପୁର ,୧୩/୧୧/୨୦୨୪ (ଓଡ଼ିଶା ସମାଚାର)-ଏରସମା ବ୍ଲକ ଅନ୍ତର୍ଗତ ଗଡ଼କୁଜଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ମୌଳିକ କର୍ତ୍ତବ୍ୟ, ପୋକ୍ସୋ ଓ କିଶୋର ନ୍ୟାୟ ଆଇନ ବିଷୟରେ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଇନ ସେବା ପ୍ରାଧୀକରଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ଵରଣ ସିଂ କମିଟିର ସୁପାରିସ କ୍ରମେ ୪୨ ତମ ସମ୍ବିଧାନ ସଂଶୋଧନରେ ମୌଳିକ କର୍ତ୍ତବ୍ୟକୁ ଭାରତୀୟ ସମ୍ବିଧାନରେ ଯୋଡାଯାଇଥିଲା ।ଭାରତୀୟ ସମ୍ବିଧାନରେ ୧୧ଟି ମୌଳିକ କର୍ତ୍ତବ୍ୟ ରହିଛି ଓ ମୌଳିକ କର୍ତ୍ତବ୍ୟକୁ ପାଳନ କରିବା ସମସ୍ତ ନାଗରିକଙ୍କ ଦାୟିତ୍ଵ ବୋଲି ସଚିବ ସଚେତନ କରାଇଥିଲେ । ଏହା ସହିତ ପୋକ୍ସୋ, କିଶୋର ନ୍ୟାୟ ଆଇନ ଏବଂ ଜିଲ୍ଲା ଆଇନ ସେବା ପ୍ରାଧୀକରଣର କାର୍ୟ୍ୟ ବିଷୟରେ ମଧ୍ୟ ସଚିବ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବରିଷ୍ଠ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।