ଜଗତସିଂହପୁର ୨୪/୦୬/୨୦୨୬ (ଓଡ଼ିଶା ସମାଚାର)- ଜିଲ୍ଲା ଆଇନ ସେବା ପ୍ରାଧିକରଣ ତତ୍ୱାବଧାନରେ ପ୍ରାଧିକରଣର ଅଧିକାରୀ ମିତ୍ର ନବସ୍ମିତା ବେହୁରାଙ୍କ ପ୍ରଚେଷ୍ଟା ଓ ସହଯୋଗରେ ଶ୍ରୀ କେଶବ ପରିଡା ଓରଫ ଇଶ୍ୱର ପରିଡା, ଗ୍ରାମ -ବୁଦ୍ଧିସାହି (ଡ଼ିଅସାହି) ପୋଷ୍ଟ -କୁଣ୍ଡେଶ୍ୱର, ଥାନା -ବାଲିକୁଦା, ଜିଲ୍ଲା -ଜଗତସିଂହପୁର ଏକ ୮୦% ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇ ପାରିଛନ୍ତି।
ଇତି ମଧ୍ୟରେ ଅଧିକାରିମିତ୍ରଙ୍କ ପ୍ରୟାସରେ ପ୍ରଥମ ଭିନ୍ନକ୍ଷମ ଭତ୍ତା ପାଇପାରିଛନ୍ତି । ଶ୍ରୀ କେଶବ ପରିଡା ଜଣେ ଦୃଷ୍ଟି ବାଧିତ ବ୍ୟକ୍ତି ଯିଏ କି ବହୁତ କମ ଦେଖିପାରନ୍ତି, ସେ ବହୁତ ଚେଷ୍ଟା କରିବା ସତ୍ୱେ ଭିନ୍ନକ୍ଷମପ୍ରମାଣପତ୍ର କରିପାରୁନଥିଲେ କି ଭିନ୍ନକ୍ଷମ ଭତ୍ତା ପାଇପାରୁନଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାରିମିତ୍ରଙ୍କ ସହଯୋଗରେ ଏସବୁ ସମ୍ଭବ ହୋଇପାରିଛି ।
