ଯାଜପୁର, ୧୬/୧୧/୨୦୨୪ (ଓଡ଼ିଶା ସମାଚାର)- ସ୍ବର୍ଗତ ପଞ୍ଚାନନ ଜେନାଙ୍କ ଏକାଦଶ ଉପଲକ୍ଷେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ଜେନା ସମଗ୍ର ବରୀ ପାଇଁ ଏକ ସ୍ୱାଭିମାନ ନାମ, ସଭିଙ୍କ ପାଇଁ ଜଣେ ଅବିସ୍ମରଣୀୟ ରାଜନୈତିକ ଗୁରୁ। ସେ ଧର୍ମଶାଳା ବାଣିପିଠ ହାଇସ୍କୁଲ ରୁ ପଢା ଶେଷ ପରେ ଭଦ୍ରକ କଲେଜ ଓ ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ଏମ.ଏ.ପାସ କରି ଉଚ୍ଚ ଚାକିରି ପ୍ରତି ନଜର ନ ଦେଇ ନିଜ ଅଞ୍ଚଳର ଶିକ୍ଷା ସ୍ବାସ୍ଥ୍ୟର ବିକାସ ନିମନ୍ତେ ଶିକ୍ଷକତା ଆରମ୍ଭ କରିଥିଲେ। ଚାଳ ଛପର ଝାଟି ମାଟି ଘର ଥିବା ହରିପୁର ଉଚ୍ଚ ବିଦ୍ୟାଳୟରେ ଆରମ୍ଭ କରିଥିଲେ ଶିକ୍ଷକତା। ବାଲିଆ ମେଡିକାଲ ପାଇଁ ସ୍ବର୍ଗତ ଜେନାଙ୍କର ଥିଲା ଅନେକ ଅବଦାନ, ପରେ ନିଜ ଗାଁ ତଥା ଅଞ୍ଚଳର ରାସ୍ତା ଘାଟ ଉନ୍ନତି ଚିନ୍ତା କରି ପାଦ ଥାପିଥିଲେ ରାଜନୀତିରେ। ସରପଞ୍ଚ, ସମିତିସଭ୍ୟ ଓ ବରୀ ବ୍ଲକ ଉପାଧ୍ୟକ୍ଷ ହେବା ସହିତ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ଘନିଷ୍ଠ ଭାବେ ଅଞ୍ଚଳ ନକ୍ସା ବଦଳାଇ ପାରିଛନ୍ତି। ତାଙ୍କ ଦେହାନ୍ତ ଅଞ୍ଚଳ ବାସିଙ୍କ ନିଶ୍ଚିତ ବଡ କ୍ଷତି ହୋଇଥିବା ବେଳେ ଆଜି ୪। ଟା ସମୟରେ ଗୀତା ପାଠ ପରେ ସ୍ମୃତିଚାରଣ ସଭା ଓ ସନ୍ଧ୍ୟା ସମୟରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ହୋଇଥିଲା। ଆଜିର ସଭାରେ ଶ୍ରୀ ଗୋପବନ୍ଧୁ ଦାସ ସଭାପତିତ୍ବ କରିଥିବା ବେଳେ ପ୍ରାକ୍ତନ ବରୀ ବିଧାୟକ ଚିନ୍ମୟ ବେଉରିଆ, ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ଜିଲ୍ଲାପରିଷଦ ସଭ୍ୟ ଅଶୋକ ସାମଲ,ଦିଲ୍ଲୀପ ମହାନ୍ତି, ସନ୍ତୋଷ ସାମଲ, ପ୍ରାକ୍ତନ ଜିଲ୍ଲାପରିଷଦ ଆରତୀ ଦେଓ, ନୀଳମଣି ସାମଲ, କର୍ଣ୍ଣ ଚନ୍ଦ୍ର ଘଡାଇ, ସୁର ମୋହନ ମହାପାତ୍ର, ବିପିନ ବିହାରୀ ଦାସ, ଈଶ୍ୱର ପରିଡ଼ା ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ।