କଟକ ସଦର,୦୬/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆସନ୍ତା କାଲି ଗୁରୁବାର ଦିନ କଟକ ରେଭେନ୍ସା କଲିଜିଏଟ ସ୍କୁଲ ପରିସରରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ରାଉତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪ ନିମନ୍ତ୍ରଣ ପତ୍ରରେ କଟକ ସାଂସଦ ଭତୃହରି ମହତାବଙ୍କ ସହିତ ଜିଲ୍ଲାର ସମସ୍ତ ବିଧାୟକ ମାନଙ୍କ ନାଁ ଅତିଥି ଭାବେ ଥିବା ବେଳେ କେବଳ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନାଁ ନଥିବା ଦେଖାଯାଇଛି। ଯେଉଁଥିପାଇଁ କଟକ ସଦରରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନିଚ୍ଛାକୃତ ତୃଟି ନାଁ ଇଛାକୃତ ତୃଟି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।