କଟକ ସଦର, ୦୬/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଜେପି ଅନୁସୂଚିତ ଜାତି ମୋର୍ଚା ରାଜ୍ୟ ସଭାପତି ସାଂସଦ ବିଭୁପ୍ରସାଦ ତରାଇଙ୍କ ଭୁବନେଶ୍ଵର ବାସଭବନରେ ଆଜି ବୁଧବାର ଦିନ ମୋର୍ଚ୍ଚା ର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ସମସ୍ତ ସାଂଗଠନିକ ଜିଲ୍ଲା ର ପଦାଧିକାରୀଙ୍କ ସମେତ କଟକ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ ବେହେରା ଯୋଗ ଦେଇ ସକ୍ରିୟ ସଭ୍ୟ ସଂଗ୍ରହ ସହିତ ସଂଗଠନ ସମ୍ପର୍କରେ ଆଲୋଚନା କରିଥିଲେ।
ବିଜେପି ଅନୁସୂଚିତ ଜାତି ମୋର୍ଚା ବୈଠକରେ ଯୋଗ ଦେଲେ କଟକ ଜିଲ୍ଲା ସଭାପତି ପ୍ରଦୀପ ବେହେରା
