ଜଗତସିଂହପୁର, ୦୬/୧୧/୨୦୨୪ (ଓଡ଼ିଶା ସମାଚାର)-କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁରର ପରିସରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵର ଓ କୃଷି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟି ଉଦ୍ୟମରେ, ଏକ ଜିଲ୍ଲା ସ୍ତରୀୟ କୃଷକ ଉତ୍ପାଦକ ସଂଗଠନର କର୍ମଶାଳା ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯକ୍ରମରେ ଜିଲ୍ଲାର ୨୨ ଟି କୃଷକ ଉତ୍ପାଦକ ସଂଗଠନର ୧୦୦ ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ। ଜିଲ୍ଲାରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ସହଯୋଗରେ କୃଷକ ଉତ୍ପାଦକ ସଙ୍ଗଠନଗୁଡ଼ିକର ଦୃତ ଅଭିବୃଦ୍ଧି ଘଟିଛି । କୃଷକ ଉତ୍ପାଦକ ସଂଗଠନ (FPO) ର ଅନେକ ସୁବିଧା ରହିଛି, ଯାହା ଚାଷୀମାନଙ୍କୁ ସାମୁହିକ ଭାବରେ ଚାଷ କରିବା, ସରକାରୀ ସହଯୋଗ ପ୍ରାପ୍ତ କରିବା, ମାର୍କେଟ୍ ସହ ସମ୍ପର୍କ ପ୍ରାପ୍ତ କରିବାକୁ ସହାୟକ ହୁଏ । ଏହି କାର୍ଯକ୍ରମରେ ଡ଼ ଶଶାଙ୍କ ଶେଖର ନାୟକ, ଉପ ପ୍ରାଣୀ ଚିକିତ୍ସା ସହକାରୀ, ଶ୍ରୀ ଅନୀଲ କୁମାର ସେଠୀ, ଉପ ନିର୍ଦ୍ଦଶକ ଉଦ୍ୟାନ ବିଭାଗ, ସୌମ୍ୟା ଶୁଭଦର୍ଶିନି, ସହକାରୀ କୃଷି ଅଧିକାରୀ ଜଗତସିଂହପୁର, ଡ଼ କବିତା ସେଠୀ, ବରିଷ୍ଠ ବୈଜ୍ଞାନିକ, କାଜୁ ପ୍ରକଳ୍ପ, ଓୟୁଏଟି, ଜ୍ୟୋତି ରଞ୍ଜନ ମିଶ୍ର, ଉପ ନିର୍ଦ୍ଦେଶକ ମୂର୍ତ୍ତିକା ସଂରକ୍ଷଣ, ଜୋସ୍ନାରାଣୀ ମନ୍ତ୍ରୀ, ଗୋଷ୍ଠୀ ପ୍ରକଳ୍ପ ପରିଚାଳକ, ମିଶନ ଶକ୍ତି, ଗୋବିନ୍ଦ ପ୍ରସାଦ ପ୍ରଧାନ, ସହକାରୀ ମତ୍ସ୍ୟ ସହକାରୀ, ତିର୍ତୋଲ, ପ୍ରଜ୍ଞା ପ୍ରହରାଜ ଓ ସାର୍ଥକ ଦର୍ଶନ, FPO ବିଶେଷଜ୍ଞ, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟରୁ ଯୋଗ ଦେଇଥିଲେ । ଶ୍ରୀମତୀ ସସ୍ମିତା ପୁରୋହିତ, ବୈଜ୍ଞାନିକ ଗୃହ ବିଜ୍ଞାନ କର୍ମଶାଳା ପରିଚାଳନା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ର ଜଗତ୍ସିଂହପୁରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼ ଜୀବନଜିତ୍ ସେନ, ବିଭିନ୍ନ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକ୍ରଗୁଡ଼ିକ କୃଷକ ଉତ୍ପାଦକ ସଂଗଠନ ହାତକୁ ନେବାକୁ ପରାମର୍ଶ ଦେଇଥିଲେ । ବୈଜ୍ଞାନିକ କୃଷି ଯନ୍ତ୍ରପତି ଡ. ଦ୍ବାରିକା ମୋହନ ଦାସ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନକ ଡ. ପ୍ରଦୀପ୍ତ ମାଝି , ଦେବାଶିଷ ପଣ୍ଡା, ସରିତା ଦାସ, ସମୀର କୁମାର ପଟ୍ଟନାୟକ, ବିଜୟିନୀ ସାହୁ, ବିଚ୍ଛିନା ମୈତ୍ରୀ ରାଉତ ପ୍ରମୁଖ ସହଯୋଗ କରିଥିଲେ ।