ଭୁବନ ୦୪/୧୧/୨୦୨୪ (ଓଡ଼ିଶା ସମାଚାର)-ଗତ ଗୁରୁବାର ରାତିରୁ ଶକ୍ତି ସ୍ୱରୁପୀଣି,ଅଭୟ ପ୍ରଦାୟିନୀ,ଦୁଷ୍ଟ ନିବାରିଣି ମା ‘ କାଳୀ ଙ୍କ ଆବାହନ ପାଇଁ ଭୁବନ ଉତ୍ସବ ମୁଖର ହୋଇପଡିଛି । ୧୯୮୭ ମସିହା ରେ ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ୱର ୱାର୍ଡ ସିନେମା ହଲ ଛକରେ ସ୍ବର୍ଗତ ଗୌରାଙ୍ଗ ପୋଥାଳ , ସ୍ବର୍ଗତ ଦୁର୍ଯ୍ୟୋଧନ ପୋଥାଳ,ଗୌରାଙ୍ଗ ଚରଣ ନାୟକ,ସନାତନ ପାତ୍ର ଙ୍କ ଉଦ୍ୟମ ଓ ସାହି ବାସିନ୍ଦା ଙ୍କ ସହଯୋଗରେ ଆରମ୍ଭ ହୋଇଥିବା କାଳୀ ପୂଜା ଚଳିତ ବର୍ଷ ୩୮ ତମ ବାର୍ଷିକ ପୂଜା କରୁଛି । ଆଜି ସୋମବାର ମା ‘ କାଳୀ ଙ୍କ ବଡ଼ପୂଜାରେ ସାମୁହିକ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ କର୍ମଚାରୀ , ବ୍ୟାଙ୍କ କର୍ମଚାରୀ ,ମାନ୍ୟଗଣ୍ୟ ବ୍ୟକ୍ତି,ଗଣମାଧ୍ୟମ ପ୍ରତିନିଧି , ସମସ୍ତ ସାହି ବାସିନ୍ଦାଙ୍କ ସମେତ ପ୍ରାୟ ୩ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ସାମୁହିକ ପ୍ରସାଦ ସେବନ କରି ମା ‘ କାଳୀ ଙ୍କ ଆଶିଷ ଲାଭ କରିଥିଲେ। କାଳୀ ପୂଜା କମିଟି ସଭାପତି ସନ୍ତୋଷ କୁମାର ପୋଥାଳ ଙ୍କ ତତ୍ତ୍ଵାବଧାନରେ କର୍ତ୍ତା ରବି ନାରାୟଣ ସାହୁ, ସମ୍ପାଦକ ଧନେଶ୍ଵର ଦାସ,ଅଜିତ ନନ୍ଦୀ, ଟିଟୁ ଦାସ, ଲୋକନାଥ ପାତ୍ର,ସମରସେନ୍ ନାୟକ,ଗୋପାଳ ନାୟକ, ନୀତେଶ କୁମାର ପୋଥାଳ,ପର୍ଶୁରାମ ପୋଥାଳ,ସଦାନନ୍ଦ ନାୟକ,ମନୋଜ ପୋଥାଳ ,କୃଷ୍ଣ ଚନ୍ଦ୍ର ଦାସ, ସୁଶୀଲ ଗୁଇଁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।