‘ଆମ ଓଡ଼ିଶା ନବୀନ ଓଡ଼ିଶା’ ପ୍ରକଳ୍ପ ନିର୍ମାଣ ପାଇଁ ଜିଇଓ ଟ୍ୟାଗ୍ ବାଧ୍ୟତାମୂଳକ ଓ କଡାକଡି ହେଲା,ବହୁ ପ୍ରକଳ୍ପ ବାଦ୍ ପଡିବା ଆଶଙ୍କା

କଟକ ସଦର , ୧୪/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକରେ ଜିଇଓ ଟ୍ୟାଗ୍ ନକରି ‘ଆମ ଗାଁ ଆମ ବିକାଶ’ଯୋଜନାରେ ପ୍ରକଳ୍ପ ସଵୁ ମନଇଛା କରାଯାଇଥିବା ଅଭିଯୋଗ ହୋଇଆସୁଥିଲା ଵେଳେ ଏହି ପରିପ୍ରେକ୍ଷୀରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟ ପାଇଁ ଜିଇଓ ଟ୍ୟାଗ୍ ବାଧ୍ୟତାମୂଳକ ସହ କଡାକଡି କରିଦିଆଯାଇଛି। ୨୩ ଗୋଟି ପଞ୍ଚାୟତର ୩୧୬ ପ୍ରକଳ୍ପ ପାଇଁ ୧୧.୫୦ କୋଟି ଟଙ୍କା ମଂଜୁର ହୋଇଥିବା ଵେଳେ ମାତ୍ର ୧୨୬ ଟି ପ୍ରକଳ୍ପ ଜିଇଓ ଟ୍ୟାଗ୍ ହୋଇଥିବା ଜଣାପଡିଛି। ଜିଇଓ ଟ୍ୟାଗ୍ ପାଇଁ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ସଂପ୍ରସାରଣ ଅଧିକାରୀ (ପିଇଓ) ଓ ଗ୍ରାମ ରୋଜଗାର ସେଵକ (ଜିଆରଏସ) ମାନଙ୍କୁ ବ୍ଲକ ପକ୍ଷରୁ ଦାୟିତ୍ଵ ଦିଆଯାଇଛି। ଜିଇଓ ଟ୍ୟାଗ୍ ରେ ଯଦି କିଛି ଚଞ୍ଚକତା କିମ୍ଵା ଜାଲିଆତି ଜଣାପଡେ ତେବେ ସମ୍ପୃକ୍ତ ଅଧିକାରୀ ସେଥିପାଇଁ ଉତ୍ତରଦାୟୀ ରହିବେ ଵୋଲି କୁହାଯାଇଛି। ନିର୍ମାଣ ହେବାକୁ ଥିବା ପ୍ରକଳ୍ପର ନିରୁପିତ ସ୍ଥାନରେ ପ୍ରଥମେ ସୂଚନା ଫଳକ ତିଆରି କରାଯିଵା ପରେ ଜିଇଓ ଟ୍ୟାଗ୍ କରାଯିବ ଵୋଲି ଜଣାଯାଇଛି। ଏଥିପାଇଁ ଜାଲିଆତି କରିଵାକୁ ଉଦ୍ୟମ ଆରମ୍ଭ କରିଥିବା ଦଲାଲ ମାନଙ୍କ ମୁହଁ ଶୁଖି ଯାଇଥିବା ଵେଳେ ବହୁ ପ୍ରକଳ୍ପ ବାଦ୍ ପଡିବା ଆଶଙ୍କା ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *