ଲକ୍ଷ୍ମୀପୁର,୦୭/୧୨/୨୦୨୩ (ଓଡ଼ିଶା ସମାଚାର/ ପ୍ରମୋଦ ଜେନା)-ବାତ୍ୟା ମିଗଜୋମ ପ୍ରଭାବରେ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣା ପଡ଼ିଛି। ପୋଡ଼ାପଦର ପଞ୍ଚାୟତ ବିରିପୁଟ ଗାଁ ନିକଟରେ ମାଟି ଅତଡା ଧସି ରାସ୍ତା ଅବରୋଧ ହୋଇଛି। ଗତ ଦୁଇଦିନ ଧରି ଲଗାଣ ବର୍ଷାରେ ବିଳମ୍ବିତ ରାତିରେ ପାହାଡ଼ରୁ ମାଟି ଧସିବା ସହ ବଡ ବଡ ପଥର ଖଣ୍ଡ ରାସ୍ତା ଉପରେ ଖସି ପଡ଼ିଥିଲା।
ଫଳରେ ଉକ୍ତ ରାସ୍ତାରେ ପଡ଼ୁଥିବା ଅନେକ ଦୁର୍ଗମ ଅଞ୍ଚଳବାସୀ ମାଟି ଧସି ପଡ଼ିଥିବା ଦେଖି ଚିନ୍ତାରେ ପଡ଼ି ଯାଇଥିଲେ। ବ୍ଲକ୍ ସଦର ଠାରୁ ଏକବାର ବିଛିନ୍ନ ହୋଇ ଯାଇଥିବା ଦେଖି ଆଗ୍ନିଶମ ବିଭାଗକୁ ଖବର ଦେଇଥିଲେ।ଅଗ୍ନିଶମ କର୍ମଚାରୀ ମାନେ ଖବର ପାଇ ଯୁଦ୍ଧକାଳୀନ ଭିତ୍ତିରେ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାସଫା କରି ବା ପରେ ସବୁ କିଛି ସ୍ଵଭାବିକ ହୋଇଥିଲା।ଏଥି ସହ ବିଜାଘାଟି ପଞ୍ଚାୟତର ମୁଣ୍ଡ ଗଡତି ଗାଁ ରେ ମଧ୍ୟ ବାତ୍ୟାର ପ୍ରଭାବ ଦେଖା ଦେଇଛି।ଲଗାଣ ବର୍ଷାରେ ୧୦ ରୁ ଉର୍ଦ୍ଧ୍ବ ଗାଈଙ୍କର ମୃତ୍ୟ ହୋଇଛି। ସମ୍ବୃ ସାଉନ୍ତାଙ୍କର ୩ଟି, ବିକୁଣୁ ସାଉନ୍ତାଙ୍କର ୪ଟି, କିଷ୍ଣୁ ସାଉନ୍ତା,ସୋନମ୍ ସାଉନ୍ତା ଓ ଲାକମ ସାଉନ୍ତାଙ୍କର ଗୋଟିଏ ଲେଖାଏଁ ଗାଈ ମରିଥିବା ଗ୍ରାମବାସୀ କହିଛନ୍ତି।ସେହିପରି ଲକ୍ଷ୍ମପୁର ବ୍ଲକ୍ ଗୌଡ଼ଗୁଡା ପଞ୍ଚାୟତର ତଳ ମିଟିଙ୍ଗ ଗାଁ ରାସ୍ତାରେ ମଧ୍ୟ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି।
ବାତ୍ୟା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି
