କୋଏଲ ନଦୀରେ ବୁଡି ନାବାଳକ ନିଖୋଜ – ଘଟଣା ସ୍ଥଳରେ ପହଁଚିଲେ ବିଧାୟକ

ରାଉରକେଲା, ୦୩/୧୧/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ )- ଇସ୍ପାତ ସହରାଞ୍ଚଳରେ ସେକ୍ଟର-୨୦ ପମ୍ପ ହାଉସ ନିକଟରେ ରହୁଥିବା ଭାରତୀୟ ଜନତା ପାର୍ଟିର ବୁଥ ସଭାନେତ୍ରୀ ଫୁଲ କୁମାରୀ ବଡାଇକଙ୍କ ପୁଅ ପ୍ରତୀକ କୁମାର ବଡାଈକ(୧୨) ଆଜି ହମିରପୁର ନିକଟ ଦେଇ ଜାଇଥିବା କୋଏଲ ନଦୀ ଘାଟରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି । ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ପ୍ରତୀକକୁ ଖୋଜିଥିବାବେଳେ ସନ୍ଧ୍ୟା ସୁଧା ପ୍ରତୀକଙ୍କ କୋୖଣସି ସନ୍ଧାନ ମିଳିନଥିବା ଜଣାପଡିଛି । ଏହି ଘଟଣାର  ଖବରପାଇ ରଘୁନାଥପଲ୍ଲୀ ବିଧାୟକ  ଦୂର୍ଗା ଚରଣ ତନ୍ତୀଙ୍କ ସହ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ, ସମ୍ପାଦକ ଅଜୟ କଂସାରୀ ସମେତ ଅନ୍ୟ କର୍ମକର୍ତାମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି  ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି ।

Leave a Reply

Your email address will not be published. Required fields are marked *