ମୁଖ୍ୟ ଶାସନ ସଚିବଙ୍କ  ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ

  • ଖରିଫ ୨୦୨୪-୨୫ ଧାନ କିଣାଯିବା ନେଇ ପ୍ରସ୍ତୁତି ସଂପର୍କରେ ଜିଲ୍ଲାପାଳମାନଙ୍କ ସହିତ ବିସ୍ତୃତ  ଆଲୋଚନା
  • ନଭେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ଧାନ କିଣା
  • ଧାନ ଅମଳ ସ୍ଥିତି ଦେଖି ଜିଲ୍ଲାପାଳମାନଙ୍କୁ ଧାନ କ୍ରୟ ଆରମ୍ଭ ତାରିଖ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ
  • ଧାନକ୍ରୟ ସଂପର୍କିତ ସୂଚନା ଓ ସଚେତନତା ପାଇଁ ପରାମର୍ଶ

ଭୁବନେଶ୍ୱର, ୦୨/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟସ୍ତରୀୟ ଧାନ କ୍ରୟ କମିଟି ବୈଠକଗତ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି lବୈଠକରେ ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓଡିଶା ଖାଦ୍ୟ ଓ ଯୋଗାଣ ନିଗମର ଅଧ୍ୟକ୍ଷଶ୍ରୀ ବୀର ବିକ୍ରମ ଯାଦବ, ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭମ୍ ସାକ୍ସେନା, କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଭାରତୀୟ ଖାଦ୍ୟ ନିଗମର ଆଂଚଳିକ କାର୍ଯ୍ୟାଳୟର ସାଧାରଣ ପରିଚାଳକଙ୍କ ସମେତ କମିଟିର ଅନ୍ୟ ସଦସ୍ୟ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ 

            ରାଜ୍ୟସ୍ତରୀୟ ଧାନ କ୍ରୟ କମିଟି ବୈଠକ ପୂର୍ବରୁ ପ୍ରଥମେ ଖରିଫ ୨୦୨୪-୨୫ ଧାନ କିଣା ପରିଚାଳନାକୁ  ସୁବ୍ୟବସ୍ଥା କରାଯିବା ସଂପର୍କରେ ଜିଲ୍ଲାପାଳମାନଙ୍କ ସହିତ ପ୍ରସ୍ତୁତି ସମୀକ୍ଷା  କରାଯାଇଥିଲା ।ସମସ୍ତ ରାଜସ୍ୱ ଆୟୁକ୍ତ ଏବଂ  ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦାନ କରିଥିଲେ ।

             ବୈଠକରେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓଡିଶା ଖାଦ୍ୟ ଓ ଯୋଗାଣ ନିଗମର ଅଧ୍ୟକ୍ଷ ଶ୍ରୀ ଯାଦବଖରିଫ ୨୦୨୪-୨୫ ଧାନ କିଣା ପରିଚାଳନା ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଥିଲେ ।  ଗତ୨୩ଅକ୍ଟୋବରରେ ରାଜ୍ୟ କ୍ୟାବିନେଟ୍ ଖରିଫ ୨୦୨୪-୨୫ ପାଇଁ  ଖାଦ୍ୟ ଶସ୍ୟ କ୍ରୟ ନୀତି ଅନୁମୋଦନ କରିଛନ୍ତି । ଅନୁମୋଦିତ ନୀତି ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଏଥିପାଇଁ ବିକେନ୍ଦ୍ରୀକୃତ ପରିଚାଳନା ମାର୍ଗଦର୍ଶିକା ପଠାଯାଇଛି lଖରିଫ୍ ମାର୍କେଟିଂ ଋତୁ(ଖରିଫ୍ ରବି )ରେ ମୋଟ ୭୯ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଥିବା ବେଳେ ସେଥିମଧ୍ୟରୁ ଖରିଫ୍ ରେ  ୬୫ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ଧାର୍ଯ୍ୟ କରାଯାଇଛି ଚଳିତ ନଭେମ୍ବର  ୨୦୨୪ରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ଖରିଫ୍ ଧାନ ସଂଗ୍ରହ ହେବ ତେବେ ଜିଲ୍ଲାମାନଙ୍କରେ  ଧାନ ଅମଳ ସ୍ଥିତିକୁ ଦେଖି ଜିଲ୍ଲାପାଳମାନଙ୍କୁ ଜିଲ୍ଲା ଧାନ କିଣା ଆରମ୍ଭର ତାରିଖ ନିଷ୍ପତ୍ତି କରିବାକୁ ପରାମର୍ଶ ଦିଆଯାଇଛି ଏବଂ  ଧାନକ୍ରୟ ପରିଚାଳନା କାର୍ଯ୍ୟ ନିୟମିତ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୨୩୦୦ ଟଙ୍କା  ସହିତରାଜ୍ୟ ସରକାରଙ୍କ ତରଫରୁ ଇନ୍‌ପୁଟ ସହାୟତା ୮୦୦ ଟଙ୍କା  ମିଶାଇଚଳିତ ବର୍ଷ ଧାନ କିଣା ଦର କ୍ୱିଣ୍ଟାଲ ପ୍ରତି  ୩୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ଧାନକ୍ରୟ ପାଇଁ ଚାଷୀମାନଙ୍କ ପଂଜୀକରଣ କାର୍ଯ୍ୟ ସରିଥିବା ବେଳେ ଧାନ କ୍ରୟ ପରେ ୪୮ ଘଣ୍ଟା ଭିତରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତରଣ କରାଯିବା ନେଇ ପ୍ରସ୍ତୁତି ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା  ।

          ଧାନ କ୍ରୟ ପ୍ରକ୍ରିୟା ପୂର୍ବରୁ ମଣ୍ଡି ନୋଡାଲ ଅଫିସର, ମଣ୍ଡି ସୁପରଭାଇଜର ଓ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।ଧାନ କ୍ରୟ ସୁବ୍ୟବସ୍ଥା  ପାଇଁ ଜିଲ୍ଲାପାଳମାନେ ଜିଲ୍ଲାରେ ଜଣେ ଜଣେ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିୟୋଜିତ କରିବେଯେଉଁମାନଙ୍କର ତଥ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଳ୍ୟାଣ ବିଭାଗ ପୋର୍ଟାଲରେ ରହିବ ଚାଷୀମାନଙ୍କର ଅଭିଯୋଗକୁ ଜିଲ୍ଲା ନୋଡାଲ ଅଫିସରମାନେ ଗୁରୁତ୍ୱ ଦେଇ ସମାଧାନ ବ୍ୟବସ୍ଥା କରିବେ ।ଜିଲ୍ଲାପାଳମାନେ ଧାନକ୍ରୟ ବ୍ୟବସ୍ଥାର ସୁପରିଚାଳନା ପାଇଁ  ଆବଶ୍ୟକସ୍ଥଳେ ଜିଲ୍ଲାସ୍ତରୀୟ ଅନ୍ୟ ଅଧିକାରୀମାନଙ୍କୁ ନିୟୋଜିତ କରିପାରିବେ । ଏଥିପାଇଁ ସେମାନଙ୍କୁ  ପ୍ରଶିକ୍ଷଣ ଦିଆଯିବ lଜିଲ୍ଲାପାଳମାନେ ଖାଦ୍ୟ ନିଗମ ଅଧିକାରୀ, ସଡିପିଓ, ଯୋଗାଣ ଅଧିକାରୀ, ସହକାରୀ ଯୋଗାଣ ଅଧିକାରୀ, ଜିଲ୍ଲା ସମବାୟ ନିବନ୍ଧକ, ସମବାୟ ନିରୀକ୍ଷକ ଆଦି ସଂପୃକ୍ତ ସମସ୍ତଙ୍କ ସହିତ ନିୟମିତ ବୈଠକକରିବେ । ଜିଲ୍ଲାସ୍ତରୀୟ ବୈଠକରେ ମଧ୍ୟ ଆରକ୍ଷୀ ଅଧିକ୍ଷକ ମାନଙ୍କୁସାମିଲ କରାଯିବାକୁ ପରାମର୍ଶ ଦିଆଯାଇଛି । ଧାନ କ୍ରୟ ପୂର୍ବରୁ ସୋସାଇଟି ସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହେବା,୭ ଦିନ ମଧ୍ୟରେ ମଣ୍ଡିର ଭିତ୍ତିଭୂମି ତଥ୍ୟ ପିସିଏସଏପିପୋର୍ଟାଲରେ ଅଦ୍ୟତନ କରାଯିବା ପାଇଁ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

            ଧାନ କିଣା ପୂର୍ବରୁ ସମସ୍ତ ମିଲରମାନେ ସେମାନଙ୍କ ଚୁକ୍ତିନାମା କାର୍ଯ୍ୟ ଶେଷ କରିବେ, ସିକ୍ୟୁରିଟି ଡିପୋଜିଟ ଏବଂ ଧାନ କ୍ରୟ କେନ୍ଦ୍ର ସହିତ ଯୋଡିହେବେ । ଧାନ କ୍ରୟ ପ୍ରକ୍ରିୟା  ପୂର୍ବରୁ  ସମସ୍ତ ମିଲରେ ସ୍ମାର୍ଟ ଇଲେକ୍ଟ୍ରିସିଟି  ମିଟର ରହିବ  ।ମଣ୍ଡିରୁ ମିଲ, ମିଲ୍‌ରୁ ଡିପୋ ଓ ଡିପୋରୁ ଏଫ୍‌ପିଏସ୍‌ ପର୍ଯ୍ୟନ୍ତ ଭେହିକିଲ୍‌ ଟ୍ରାକିଂ ବ୍ୟବସ୍ଥା  କାର୍ଯ୍ୟକାରିତାକୁ ସୁନିଶ୍ଚିତ କରାଯିବ ।ଧାନକ୍ରୟ ବ୍ୟବସ୍ଥାରେ ନିୟମିତ ତନଖିକୁ ଦୃଷ୍ଟିରେ ରଖି ଧାନ ରଖିବା ବେଳେ ଯେପରି ଏହା ଯେପରି ଗଣିବାକୁ ସହଜ ହେଉଥିବ, ସେଥିପ୍ରତି ମିଲରମାନଙ୍କୁ ଦୃଷ୍ଟି ଦେବାକୁ ନିର୍ଦ୍ଦେଶରହିବ

            ଅନ୍ୟ ପକ୍ଷରେ ଖରିଫ ଧାନ ସଂଗ୍ରହ ବ୍ୟବସ୍ଥାରେ ସୂଚନା, ଶିକ୍ଷା ଓ ଯୋଗାଯୋଗକୁ ଗୁରୁତ୍ୱ ଦିଆଯାଇଛି । କୃଷକମାନଙ୍କ ସହିତ ବୈଠକ କରାଯାଇ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପର୍କରେ ସବିଶେଷ ଅବଗତ କରାଯିବାକୁ ବୈଠକରେ ପରାମର୍ଶ ଦେଇଛନ୍ତି । ସବୁ ଧାନ କିଣା କେନ୍ଦ୍ରା ବା  ମଣ୍ଡିରେ  ଧାନର ଏମଏସପି ମୂଲ୍ୟ ସହିତ ସହଯୋଗ ମୂଲ୍ୟ ୮୦୦ ଟଙ୍କା ଏବଂ ଧାନର ଏଫଏକ୍ୟୁ ମାନ ସମ୍ପର୍କରେ  ଉଲ୍ଲେଖ ରହିବ ।ବୈଠକରେ ଉପସ୍ଥିତ ଏଡିଜି, ଆଇନ୍ ଶୃଙ୍ଖଳା ଯୋଗଦେଇ ଧାନ କ୍ରୟ ପଦ୍ଧତିରେ ଆବଶ୍ୟକ ସିସି ଟିଭି ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି lକୌଣସି ସୀମା ବାହାର ରାଜ୍ୟରୁ ଯେପରି ଓଡ଼ିଶାକୁ ବେଆଇନ୍ ଧାନ ବିକ୍ରି ପାଇଁ ଚୋରାଚାଲାଣ ନହୁଏ, ଏଥିପାଇଁ ସିସିଟିଭି ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦିଆଯାଇଛି ଧାନ ଉଠାଇବା ବେଳେ କେଉଁଠି ମଣ୍ଡିରେ ଧାନ ପଡ଼ି ମିଲରମାନଙ୍କ ଦ୍ୱାରା ଉଠା ନଯାଇ ପଡ଼ିରହିଛି, ତାହା ପିପିସି ଡ୍ୟାସବୋର୍ଡରୁ ଜାଣି ହେବ ।

            ଚାଷୀମାନଙ୍କ ଠାରୁ ଧାନ କ୍ରୟ ସମୟରେ ଯେପରି ମୂଲ୍ୟ ୩୧୦୦ ରୁହେ, ତାହାକୁ ନିଶ୍ଚିତ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଚାଷୀମାନେ ଏମଏସପି ୨୩୦୦ ଟଙ୍କା ସହିତ  ଇନପୁଟ ସହାୟକ ମୂଲ୍ୟ ୮୦୦  ଟଙ୍କା ଯେପରି ପାଇବେ,  ଏଥି ପାଇଁ ଦୂରଦର୍ଶନ, ରେଡିଓ  ତଥୀ ଅନ୍ୟ ଗଣମଧ୍ୟମରେ ପ୍ରଚାର ପ୍ରସାର ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ଚାଷୀମାନଙ୍କୁ ଏଫଏକ୍ୟୁ ମାନର ଧାନ ଉପରେ ଗୁରୁତ୍ୱ ଦିଆଯାଇଛି ।

 ବୈଠକରେ ଯୋଗଦେଇ  ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାର ଆଗାମୀ ଖରିଫ ଧାନ କ୍ରୟ ପରିଚାଳନାକୁ ଗୁରୁତ୍ୱ ଦେଉଛନ୍ତି । ଚାଷୀମାନେ ତାଙ୍କ କଷ୍ଟ ଉପାର୍ଜିତ ଧାନର ପ୍ରକୃତ ମୂଲ୍ୟ ଯେପରି ପାଇବେ, ତାହା ସରକାରଙ୍କ ପ୍ରତିବଦ୍ଧତା ରହିଛି । ସଂପୃକ୍ତ ସମସ୍ତଙ୍କ ସହଯୋଗରେ ଧାନ କ୍ରୟ  ବ୍ୟବସ୍ଥା ଯେପରି ଏକ ଭଲ ବ୍ୟବସ୍ଥା ହେବ ଏବଂ ସବୁ ବ୍ୟବସ୍ଥିତ ଭାବରେ ପରିଚାଳିତ ହେବ, ସେଥିପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି ଧାନ କିଣା ନେଇ କୌଣସି ପ୍ରକାର ଦୁର୍ନୀତି ଓ ଅବ୍ୟବସ୍ଥାକୁ ବରଦାସ୍ତ କରାଯିବନାହିଁ । ଧାନ ସଂଗ୍ରହ ନୀତି ଅନୁଯାୟୀ କ୍ଷୁଦ୍ର ଚାଷୀ ଓ ନାମ ମାତ୍ର ଚାଷୀ ଏବଂପ୍ରକୃତ ଚାଷୀଙ୍କ  ରେଜିଷ୍ଟେସନକୁ ଗୁରୁତ୍ତ୍ଵ ଦିଆଯିବ, ଯାହାଦ୍ୱାରା ଚାଷୀଙ୍କ ଅର୍ଥନୈତିକ ବିକାଶ ହେବବୈଠକରେ  ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲାରେ ଖରିଫ୍ ଧାନକ୍ରୟ ସଂପର୍କିତ ସମ୍ଭାବ୍ୟ ତାରିଖ ଓ ପ୍ରସ୍ତୁତି ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

-0-

ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *