ଗହୀର ମଥା ସାମୁଦ୍ରିକ ଅଭୟାରଣ୍ୟରେ ୭ ମାସ ମାଛ ଧରିବା ଉପରେ କଟକଣା ଜାରି କଲା ବନ ବିଭାଗ

ଭୁବନେଶ୍ୱର,୦୨/୧୧/୨୦୨୪ (ଓଡ଼ିଶା ସମାଚାର)- ଗହୀର ମଥା ସାମୁଦ୍ରିକ ଅଭୟାରଣ୍ୟରେ ମେ ୩୧ ତାରିଖ ପର୍ଯ୍ୟନ୍ତ ୭ ମାସ ମାଛ ଧରିବା ଉପରେ ବନ ବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଏହି କଟକଣା ଲାଗୁ କରାଯାଇଛି।

ଏପରିକି ଋଷିକୂଲ୍ୟା, ଧାମରା ଏବଂ ଦେବୀ ନଦୀ ମୁହାଣରେ ମଧ୍ୟ ମାଛ ମାରିବାକୁ ମନା କରାଯାଇଛି। ସମୁଦ୍ର କୂଳରୁ ୨୦ କି.ମି. ପର୍ଯ୍ୟନ୍ତ ମାଛଧରାକୁ ନିଷେଧ କରାଯାଇଛି। ଆଇନ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜନଗର ବନ ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *