ଜଗତସିଂହପୁର,୦୧/୧୧/୨୦୨୪(ଓଡ଼ିଶା ସମାଚାର)- ତା୨୮.୧୦.୨୦୨୪ରିଖ ଠାରୁ ୦୩.୧୧.୨୦୨୪ରିଖ ପର୍ଯ୍ୟନ୍ତ ଜିଲ୍ଲା ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ କାର୍ଯ୍ୟାଳୟ ରେ ଦୁର୍ନୀତି ନିବାରଣ ସତର୍କତା ସଭା ଡି.ଏସ.ପି ଭିଜିଲାନ୍ସ ଶ୍ରୀମତୀ ଅନୁପମା ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଆଶୁତୋଷ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ନିଜ ଆଚରଣ ରେ ସାଧୁତା, ସଚ୍ଚୋଟତା ଆଣିବା ପାଇଁ ପରାମର୍ଶ ଦେଇଥିଲେ। ଲାଞ୍ଚ ନେବାପରି ଲାଞ୍ଚ ଦେବା ମଧ୍ୟ ଦଣ୍ଡନୀୟ ଅପରାଧ ବୋଲି ସେ କହିଥିଲେ। ଏହି ସଭାରେ ଦୁର୍ନୀତି ନିବାରଣ ବିଭାଗର ଡି ଏସ ପି ଶ୍ରୀମତୀ ଅନୁପମା ସାହୁ ଉପସ୍ଥିତ ସମସ୍ତଙ୍କୁ କୌଣସି କାର୍ଯ୍ୟାଳୟ ରେ ଦୁର୍ନୀତି ହେଉଥିବାର ଜାଣିବାକୁ ପାଇଲେ ସଙ୍ଗେ ସଙ୍ଗେ ଟୋଲ୍ ଫ୍ରୀ ନମ୍ବର ୧୦୬୪ ରେ ଜଣାଇବାକୁ ଅନୁରୋଧ କରିଥିଲେ। ସମସ୍ତଙ୍କ ର ସହଯୋଗ ରହିଲେ ଜିଲ୍ଲା ରୁ ଦୁର୍ନୀତି ରୂପକ ବ୍ୟାଧି କୁ ଦୂର କରାଯାଇପାରିବ ବୋଲି ସେ କହିଥିଲେ। ଏହି ସଚେତନତା ସଭା ରେ ରଘୁନାଥପୁର ବ୍ଲକ୍ ର ଉପ ସଭାପତି ଶ୍ରୀ ଦେବାଶିଷ ତ୍ରୀପାଠୀ, ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଜ୍ଞାନଦା ନାୟକ,ଦୁର୍ନୀତି ନିବାରଣ ବିଭାଗର ଇନ୍ସପେକ୍ଟର ସିଦ୍ଧାର୍ଥ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ଦୁର୍ନୀତି ନିବାରଣ ବିଷୟ ରେ ସତର୍କତା ବାର୍ତ୍ତା ଦେଇଥିଲେ। ଆୟୋଜିତ ଏହି ସଭାରେ ବ୍ଲକ୍ କାର୍ଯ୍ୟାଳୟ ର କର୍ମକର୍ତ୍ତା,ଗ୍ରାମର ବୁଦ୍ଧଜୀବୀ, ସ୍ଵୟଂ ସହାୟକ ଗୋଷ୍ଠୀ ର ମା ମାନେ, ଜନସାଧାରଣ ତଥା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।