ଜୁନାଗଡ଼, ୨୮/୧୦/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନ ଏ ସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ପଦବୀ ରୁ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହେବାପରେ ଉପାଧ୍ୟକ୍ଷା ହିମାଦ୍ରୀ ନାଏକ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି।ପୂର୍ବତନ ଅଧ୍ୟକ୍ଷ ବିଜେପି ର ମୁକେଶ ଅଗ୍ରୱାଲ ଙ୍କ ମାନମୁଖୀ କାର୍ଯ୍ୟକଳାପ ଓ କାଉନସିଲର ଙ୍କୁ ଅଣଦେଖା କରିଥିବା ଅଭିଯୋଗ କରି ବିଜେଡି ର ୧୦ ଜଣ କାଉନସିଲର ଉପାଧ୍ୟକ୍ଷା ହିମାଦ୍ରୀ ନଏକଙ୍କ ନେତୃତ୍ୱରେ ଅନାସ୍ଥା ପ୍ରସ୍ତାବ ଗତ ଅଗଷ୍ଟ ୨୭ ରେ ଆଗତ କରିଥିଲେ । ଏହି ଅନାସ୍ଥା ଭୋଟରେ ୧୦ ଜଣ କାଉନସିଲର ବିଜେଡି କୁ ଭୋଟ ଦେଇଥିଲେ। ଆଜି ବିଜେଡି ରୁ ଏନଏସି ଉପାଧ୍ୟକ୍ଷ। ହିମାଦ୍ରୀ ନାଏକ ଙ୍କୁ ସରକାର ଙ୍କ ନିର୍ଦେଶ କ୍ରମେ ଜିଲ୍ଲାପାଳ ଅଧ୍ୟକ୍ଷ। ପଦ ର ଦାୟିତ୍ବ ଦେଇଛନ୍ତି । ସେ ଏହି କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖିଲୋ ଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ୍ୟା ସବିତା ମେହେର, ପୂର୍ବତନ ନଗରପାଳ, ବିଜୟଲକ୍ଷ୍ମୀ କନ୍ଦପାନ ,ମନୀଷା ସାହୁ ,ପାରିଷଦ ହିମାଦ୍ରୀ ସିନ୍ଦୁର ପ୍ରମୁଖ ଉପସ୍ଥିତ ହୋଇ ଅଧ୍ୟକ୍ଷ୍ୟା ଙ୍କ ଦାୟିତ୍ୱ ନେବାପରେ ଜୁନାଗଡ଼ କୁ ବିକଶିତ ପାଇଁ ପ୍ରୟାସ କରିବା ପାଇଁ ମତବ୍ୟକ୍ତ କରିଥିଲେ। ସେହିପରି ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଈଶ୍ୱର ପୁଝାରୀ,ନୀଳକଣ୍ଠ ପୁଝାରୀ,ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ଅଜାମ୍ବିଳ ପୁଝାରୀ,ସନ୍ତୋଷ ସିଂହଦେଓ, ଵାଲାଜି ଯାଦବ, ଲକ୍ଷ୍ମୀ ନାଏକ ,ପୂର୍ବତନ ନଗରପାଳ ମହେଶ ସାହୁ, ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସତୀଶ ପ୍ରଧାନ,। ପାରିଷଦ କୁନା ଦଣ୍ଡସେନା,କାହ୍ନୁ ବୈଠାରୁ,ସଚିନ ଆନ୍ଦନୀ ,ଗୋପାଳ ଚନ୍ଦନ, କୁନି ଶବର, ପୁଷ୍ପାଞ୍ଜଳି ଦଣ୍ଡସେନା, ଚକ୍ର ବାଗ, ମିନତୀ ମାଝୀ,ସମେତ ସହରର ଜନସାଧାରଣ ଉପସ୍ଥିତ ରହି ଥିଲେ।
ଜୁନାଗଡ଼ ଏନଏସି ଅଧ୍ୟକ୍ଷ। ଭାବେ ଦାୟୀତ୍ବ ନେଲେ ଉପାଧ୍ୟକ୍ଷା ହିମାଦ୍ରୀ ନାଏକ ।
