ଜଗତସିଂହପୁର, ୦୨/୦୪/୨୦୨୬ (ଓଡ଼ିଶା ସମାଚାର)-ଗତକାଲି ଓଡ଼ିଶା ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଜଗତସିଂହପୁର ପକ୍ଷରୁ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ “ଛବିରେ ବର୍ଣ୍ଣିତ ମୋ ଓଡ଼ିଶା”- ସ୍ଵତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଦିବସର ମୁଖ୍ୟ ଅତିଥି ମତ୍ସ୍ୟ, ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ, ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହାର ଶୁଭ ଉଦଘାଟନ କରିଥିଲେ। ତାଙ୍କ ସମେତ ସାଂସଦ, ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ, ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ , ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ।

ମନ୍ତ୍ରୀ ତଥା ମୁଖ୍ୟ ଅତିଥି ସୂଚନା ଓ ଲୋକସଂପର୍କ ବିଭାଗର ଏହି ପ୍ରୟାସ କୁ ପ୍ରଶଂସା ମଧ୍ୟ କରିଥିଲେ । ଏହି ଫଟୋଚିତ୍ର ଗୁଡିକରେ ଓଡିଶାର ଇତିହାସ ସହ ଓଡ଼ିଶାର ବରପୁତ୍ର ମାନଙ୍କ କୀର୍ତ୍ତିରାଜି ଓ ଉପାଧି ମାନ ବର୍ଣ୍ଣିତ ରହିଛି । ଏହି ଷ୍ଟଲ୍ ରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ଓ ପ୍ରଦର୍ଶନୀ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କ ଚିତ୍ରାଙ୍କନ ଓ ମଡେଲ ପ୍ରଦର୍ଶନ କରାଯାଇଥିଲା ।
ବିଭାଗ ପକ୍ଷରୁ ଏହି ସୁନ୍ଦର ପ୍ରୟାସ କୁ ଅତ୍ୟନ୍ତ ଶିକ୍ଷଣୀୟ ବୋଲି ବୁଦ୍ଧିଜୀବୀ ଆଇନ୍ ଜିବୀ ଓ ଜନସାଧାରଣ ଗହଣରେ ଆଲୋଚନା ହେଉଛି । ଦର୍ଶକ ମାନେ ବହୁ ସଂଖ୍ୟାରେ ଏହାକୁ ବୁଲିବାକୁ ଆସୁଛନ୍ତି ଓ ପ୍ରଶଂସା ମଧ୍ୟ କରୁଛନ୍ତି । ଜିଲ୍ଲା ଜଜ୍ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଅତିରିକ୍ତ ଜିଲ୍ଲାପାଳ, ପାରାଦୀପ, ଶ୍ରୀ ନିରଞ୍ଜନ ବେହେରା, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀ ଅକ୍ଷୟ ପିଲ୍ଲେ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ପ୍ରମୁଖ ଏହି ଫଟୋଚିତ୍ର ପ୍ରଦର୍ଶନୀ କୁ ପରିଦର୍ଶନ ରେ ଆସିଥିଲେ ।
