ଝାଲପଡ଼ା ପଂଚାୟତରେ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ସମ୍ପର୍କରେ ରାଜ୍ୟ ବିଜେପି ଓବିସୀ ମୋର୍ଚ୍ଚା ସମ୍ପାଦକ ବିବେକାନନ୍ଦ ଜେନା ଙ୍କ ସଚେତତା କାର୍ଯ୍ୟକ୍ରମ

 ଯାଜପୁର, ୧୫/୧୧/୨୦୨୩ (ଓଡ଼ିଶା ସମାଚାର)-ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକ  ଝାଲପଡା ପଞ୍ଚାୟତରେ କୌଳିକ ବୁର୍ତ୍ତି କୁ ଆପଣେଇ  ନିଜର ଜୀବିକା ନିର୍ବାହ କରୁଥିବା ଜାଲବୁଣା କାରିଗର ମାନଙ୍କୁ ଭେଟିଛନ୍ତି ଓଡ଼ିଶା ବିଜେପି ଓବିସି ମୋର୍ଚ୍ଚା ସମ୍ପାଦକ ତଥା ବରୀ ର ଯୁବନେତା ଶ୍ରୀ ବିବେକାନନ୍ଦ ଜେନା । ଏହି ପରିବାର  କିପରି  ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନାରେ  ପଞ୍ଜିକରଣ ହୋଇ ଏହାର ଲାଭ ପାଇପାରିବେ ସେ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରି ସେମାନଙ୍କୁ ସଚେତନ ମଧ୍ୟ କରାଇଛନ୍ତି । ଏତତ୍ ବ୍ୟତୀତ ଶ୍ରୀ ଜେନା ମଙ୍ଗରାଜ ପୁରରେ ଥିବା କମାର ସାହି , ରାଉତରାପୁର ରେ ଥିବା କଂସାରି ସାହି ପରିବାରକୁ ଭେଟି ଏହି ଯୋଜନା ସମ୍ପର୍କରେ ସଚେତନ କରାଇଛନ୍ତି । ଶ୍ରୀ ଜେନା ଙ୍କ ସହ  ଅଚ୍ୟୁତ ମହାଳିକ , ଜଗନ ଘଡ଼ାଇ ,ପ୍ରଶାନ୍ତ ଦାସ ,ଆଦିକନ୍ଦ ରାଉତ ,ଚିତ ଗନ୍ତାୟତ , ସୂର୍ଯ୍ୟକାନ୍ତ ମଲ୍ଲିକ ,ନିଶିକାନ୍ତ ବିଶ୍ୱାଳ ଓ ଦେବାଶିଷ ସିଅ ପ୍ରମୁଖ ବିଜେପି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ  ।

Leave a Reply

Your email address will not be published. Required fields are marked *