ଉତ୍କଳ ଗୌରବ ସମ୍ମାନରେ ସମ୍ମାନିତ ହେଲେ ଥିଏଟର ନିର୍ଦ୍ଦେଶକ ପ୍ରସନ୍ନ ବିଶ୍ଵାଳ

ଯାଜପୁର, ୧୫/୧୧/୨୦୨୩ (ଓଡ଼ିଶା ସମାଚାର)- ଜଣାଶୁଣା ଥିଏଟର ନିର୍ଦ୍ଦେଶକ ,ଲେଖକ , ସମାଜସେବୀ ଓ ପ୍ରତୀକ ଭିଜନ ଥିଏଟର ଗ୍ରୁପ ର ପ୍ରତିଷ୍ଠାତା ଇଞ୍ଜିନିୟର ପ୍ରସନ୍ନ କୁମାର ବିଶ୍ଵାଳ ଚଳିତ ବର୍ଷ ପାଇଁ ଉତ୍କଳ ଗୌରବ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ନିଜର ବିଶେଷ କଳା ନିପୁଣତା ଓ ବିଭିନ୍ନ ସମାଜ ଭିତ୍ତିକ ସଚେତନତା କ୍ଷୁଦ୍ର ଚଳଚିତ୍ର ଲୋକପ୍ରିୟତା ପାଇଁ ଶ୍ରୀରାମ ଚନ୍ଦ୍ର ଭବନ ,କଟକ ଠାରେ ଅନୁଷ୍ଠିତ ଏକ ସାରଶ୍ୱତ କାର୍ୟ୍ୟକ୍ରମରେ ଏହି ସମ୍ମାନ ଶ୍ରୀ ବିଶ୍ଵାଳ ଗ୍ରହଣ କରିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରୀ ବିଶ୍ଵାଳ ଙ୍କୁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି । ଯାଜପୁରରେ ଥିଏଟର କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବା ଶ୍ରୀ ବିଶ୍ଵାଳ ଅନେକ କଳାକାର ଙ୍କୁ ଉପାର୍ଜନ କ୍ଷମ କରାଇବାରେ ସଫଳ ହୋଇଛନ୍ତି ।  କରୋନା ସମୟ ରେ ବିଭିନ୍ନ ସଚେତନ ଭିତ୍ତିକ ନାଟକ ଅବା ରୋଡ ସେଫ୍ଟୀ ସମ୍ବନ୍ଧରେ ସଚେତନ ଭିଡିଓ କୁ ସୁଦୂର ପ୍ରସାର କରି ବିଭାଗ ଓ ସାଧାରଣ ଲୋକଙ୍କ ପ୍ରିୟଭାଜନ  ହୋଇପାରିଛନ୍ତି ।

ତାଙ୍କର ଏହି ସଫଳତା ପାଇଁ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ସଭାପତି ଶ୍ରୀ ହରିହର ସ୍ବାଇଁ , ଦିନଚର୍ୟା ସମ୍ପାଦକ ତପନ ମହାରଣ୍ୟାଶର୍ମା , ସାମ୍ବାଦିକ ସୁରେଶ କର ,ସତ୍ୟଜିତ ବେହେରା , ଦିଲ୍ଲୀପ ଦାଶ , ମୃତ୍ୟୁଞ୍ଜୟ ସାହୁ , ସେକ ଆଲାଉଦ୍ଦିନ , ଧର୍ମେନ୍ଦ୍ର ବାରିକ , ଇଛାମୟୀ ଧଳ ପ୍ରମୁଖ ଶୁଭେଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *