ଭୁବନେଶ୍ୱର,୨୬/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବାତ୍ୟା ‘ଦାନା’ର ପ୍ରଭାବରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ୪୯ ଗୋଟି ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ପୁନଃ-ଯାତାୟତକ୍ଷମ କରାଯାଇ ସାରିଛି । ବାତ୍ୟା ‘ଦାନା’ରେ ପ୍ରଭାବିତ ଚଉଦଟି ଜିଲ୍ଲାର ୨୯ ଗୋଟି ଗ୍ରାମ୍ୟ ଉନ୍ନୟନ ଡିଭିଜନର ୪୯ ଗୋଟି ରାସ୍ତାରେ ୫୧ଟି ଗଛ ପଡି ଅବରୋଧ ସୃଷ୍ଟି ହୋଇଥିଲା । ଏକାଦିକ୍ରମେ ଏହି ସମସ୍ତ ରାସ୍ତାରେ ଗ୍ରାମ୍ୟ ଉନ୍ନୟନ ଦ୍ୱାରା ଆବଶ୍ୟକ ସ୍ଥଳେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପ୍ରଶାସନଙ୍କ ସହାୟତାରେ ସମସ୍ତ ଗଛ ହଟାଯାଇ ରାସ୍ତା ଗୁଡିକୁ ଯାତାୟତକ୍ଷମ କରାଯାଇ ପାରିଛି ।
ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ସମନ୍ଵିତ ପ୍ରୟାସରେ ବିଭାଗୀୟ ମୁଖ୍ୟାଳୟ, ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ପ୍ରତି ଡିଭିଜନରେ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯାଇଥିଲା । ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରାଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରତିଟି ରାସ୍ତା ଓ ସେତୁ ଉପରେ ଦୃଷ୍ଟି ରଖା ଯାଇଥିଲା । କଣ୍ଟ୍ରୋଲ ରୁମ୍ ରୁ ସମନ୍ଵୟ ମାଧ୍ୟମରେ ଯେ କୌଣସି ସ୍ଥାନରେ ବାତ୍ୟା ପ୍ରଭାବରୁ ରାସ୍ତା କ୍ଷତିଗ୍ରସ୍ତ ହୋଇ ଅବରୋଧ ସୃଷ୍ଟି ହେଲେ ତାର ସମାଧାନ ପାଇଁ ତ୍ଵରିତ ପଦକ୍ଷେପ ଗ୍ରହଣ କରାଯାଉଥିଲା । ସେଥିପାଇଁ ରେକର୍ଡ ସମୟ ମଧ୍ୟରେ ଚଉଦଟି ଜିଲ୍ଲାର ୨୯ ଗୋଟି ଗ୍ରାମ୍ୟ ଉନ୍ନୟନ ଡିଭିଜନର ୪୯ ଗୋଟି ରାସ୍ତାରେ ୫୧ଟି ଗଛ ହଟାଯାଇ ରାସ୍ତା ଗୁଡିକୁ ପୁନଃ-ଯାତାୟାତକ୍ଷମ କରାଯାଇ ସାରିଛି ।
-0-
ବିନାୟକ ମିଶ୍ର, ଲୋକସମ୍ପର୍କ ଅଧିକାରୀ, ଙ୍କ ସୌଜନ୍ୟ ରୁ