ସିନେମା ହଲ ମା’ କାଳୀ ଙ୍କ ବଡପୂଜା, ୫ ହଜାର ଭକ୍ତ ସାମୁହିକ ପ୍ରସାଦ ସେବନ କଲେ

ଭୁବନ ୧୫/୧୧/୨୦୨୩ (ଓଡ଼ିଶା ସମାଚାର)-ଗତ ରବିବାର ରାତିରୁ ଶକ୍ତି ସ୍ୱରୁପୀଣି,ଅଭୟ ପ୍ରଦାୟିନୀ,ଦୁଷ୍ଟ ନିବାରିଣି ମା ‘ କାଳୀ ଙ୍କ ଆବାହନ ପାଇଁ ଭୁବନ ଉତ୍ସବ ମୁଖର ହୋଇପଡିଛି । ୧୯୮୬ ମସିହା ରେ ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ୱର୍ ୱାର୍ଡ ସିନେମା ହଲ ନିକଟ ସାହି ବାସିନ୍ଦା ଙ୍କ ପ୍ରଚେଷ୍ଟା ରେ ଆରମ୍ଭ ହୋଇଥିବା କାଳୀ ପୂଜା ଚଳିତ ବର୍ଷ ୩୮ ତମ ବାର୍ଷିକ ପୂଜା କରୁଛି । ଆଜି ବୁଧବାର ମା ‘ କାଳୀ ଙ୍କ ବଡ଼ ପୂଜାରେ ସାମୁହିକ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ କର୍ମଚାରୀ , ବ୍ୟାଙ୍କ କର୍ମଚାରୀ ,ମାନ୍ୟଗଣ୍ୟ ବ୍ୟକ୍ତି,ଗଣମାଧ୍ୟମ ପ୍ରତିନିଧି ଙ୍କ ସମେତ ସମସ୍ତ ସାହି ବାସିନ୍ଦା ପ୍ରାୟ ୫ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ସାମୁହିକ ପ୍ରସାଦ ସେବନ କରି ମା ‘ କାଳୀ ଙ୍କ ଆଶିଷ ଲାଭ କରିଥିଲେ। କାଳୀ ପୂଜା କମିଟି ସଭାପତି ସନ୍ତୋଷ କୁମାର ପୋଥାଳ ଙ୍କ ତତ୍ତ୍ଵାବଧାନରେ ରବି ନାରାୟଣ ସାହୁ,ଧନେଶ୍ଵର ଦାସ,ଅଜିତ ନନ୍ଦୀ, ଟିଟୁ ଦାସ, ଲୋକନାଥ ପତ୍ର,ସମରସେନ୍ ନାୟକ,ଗୋପାଳ ନାୟକ, ନୀତେଶ କୁମାର ପୋଥାଳ,ପର୍ଶୁରାମ ପୋଥାଳ,ସଦାନନ୍ଦ ନାୟକ,ମନୋଜ ପୋଥାଳ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *