ପ୍ରବଳ ଖରାରେ ଶ୍ରମିକଙ୍କୁ କାମନକରାଇବାକୁ ନିର୍ଦେଶ

କେନ୍ଦ୍ରାପଡ଼ା,୧୫/୦୪/୨୦୨୪ (ଓଡ଼ିଶା ସମାଚାର)-ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରବଳ ଖରାରେ ଶ୍ରମିକମାମଙ୍କୁ କାମ ନକରାଇବାକୁ କଡାକଡି ଭାବେ ବାରଣ କରାଯିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି । ଏନେଇ ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜିଲାପାଳମାନଙ୍କୁ କଡା ନିର୍ଦେଶ ମିଳିଛି । ଏହି ସମୟ ମଧ୍ୟରେ ବାହାରେ ଶ୍ରମିକମାନଙ୍କୁ କାମକରାଇଲେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଗ୍ରହଣ କରାଯିବାକୁ ନିର୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *