ଓଏଚପିସିରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର,୧୫/୦୮/୨୦୨୫ (ଓଡ଼ିଶା ସମାଚାର)-ଓଏଚପିସିର କର୍ପୋରେଟ କାର୍ଯ୍ୟାଳୟ, ତାଲିମ କେନ୍ଦ୍ର ଏବଂ ବିଭିନ୍ନ ୟୁନିଟ ଗୁଡ଼ିକରେ ଆଜି ଅତ୍ୟନ୍ତ ଉତ୍ସାହ ଏବଂ ଦେଶପ୍ରେମର ଉଦ୍ଦୀପନା ସହିତ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।

କର୍ପୋରେଟ କାର୍ଯ୍ୟାଳୟରେ ଶ୍ରୀଯୁକ୍ତ ପ୍ରଣବ କୁମାର ମହାନ୍ତି, ନିର୍ଦ୍ଦେଶକ (ବିତ୍ତ) ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ସନ୍ଦୀପ ପଟ୍ଟନାୟକ, ନିର୍ଦ୍ଦେଶକ (ମାନବ ସମ୍ବଳ)  ଏବଂ ଶ୍ରୀଯୁକ୍ତ ଅମୀୟ କୁମାର ମହାନ୍ତି, ନିର୍ଦ୍ଦେଶକ (ପରିଚାଳନା) ଇନଚାର୍ଜ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଚନ୍ଦକା ସ୍ଥିତ ଓଏଚପିସି ତାଲିମ କେନ୍ଦ୍ରରେ କର୍ମଚାରୀମାନଙ୍କ ଗହଣରେ ଶ୍ରୀଯୁକ୍ତ ସନ୍ଦୀପ ପଟ୍ଟନାୟକ, ନିର୍ଦ୍ଦେଶକ (ମାନବ ସମ୍ବଳ) ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ କର୍ମଚାରୀମାନଙ୍କୁ ଜାତୀୟ ପତାକା ଏବଂ ବ୍ୟାଜ୍ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *