କଟକ ସଦର,୧୭/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କିଶନନଗର ଥାନା ଅନ୍ତର୍ଗତ ସୋମପୁର ପଞ୍ଚାୟତ ଥୋରିଆପଡା ଗ୍ରାମର ଜନୈକ ଅବିବାହିତ ଯୁବକ ମନୋଜ ଭୋଇ(୩୩)ଙ୍କର ଶଵ ସିଂଘାଳ ଚାରି ମାଣିଆ ନିକଟରେ ଏକ ନିମ୍ଵ ଗଛରେ ସନ୍ଦେହଜନକ ଭାବେ ଝୁଲନ୍ତା ଅବସ୍ଥାରେ ପୋଲିସ୍ ଆଜି ଶୁକ୍ରବାର ଦିନ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ ପଠାଇ ଥିବା ଜଣାଯାଇଛି। ଏହା ହତ୍ୟା ନାଁ ଆତ୍ମହତ୍ୟା ଜଣା ପଡିନଥିବା ବେଳେ ଏହା ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ଠାରୁ ମନୋଜ ନିଖୋଜ ଥିବା ବେଳେ ଆଜି ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।
ନିମ୍ବ ଗଛରୁ ଯୁବକଙ୍କ ସନ୍ଦେହଜନକ ଝୁଲନ୍ତା ମୃତଦେହ ଉଦ୍ଧାର
