ଘଟଗାଁ : ମା’ତାରିଣୀ ଠାକୁରାଣୀଙ୍କ ୯୦ ତମ ଚଇତି ପର୍ବର ପ୍ରସ୍ତୁତି ବୈଠକ

ଘଟଗାଁ, ୧୧/୦୩/୨୦୨୬ (ଓଡିଶା ସମାଚାର)- କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ଘଟଗାଁ ମା ‘ ତାରିଣୀ ଠାକୁରାଣୀଙ୍କ ୯୦ ତମ ବାର୍ଷିକ ମହାବିଷୁବ ପଣା ସଂକ୍ରାନ୍ତି ପର୍ବ ବା ଚଇତି ପର୍ବର ପ୍ରସ୍ତୁତି ବୈଠକ ମା’ ତାରିଣୀ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମ୍ମାନୀତ ଅତିଥି ଭାବେ ଘଟଗାଁ ବି ଡି ଓ ଖଗେଶ୍ୱର ବରାଳ,ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ମୁକ୍ତିକାନ୍ତ ନାୟକ, ଏସ ଡି ପି ଓ ବିଜୟ କୃଷ୍ଣ ମହାପାତ୍ର, ଆଇ ଆଇ ସି  ଶୁଭ୍ରାନ୍ତ କୁମାର ଜେନା, ବନାଞ୍ଚଳ ଅଧିକାରୀ ସରୋଜ ମିଶ୍ର, ଦେବୋତ୍ତର ଇନ୍ସପେକ୍ଟର ତ୍ରିଲୋଚନ ନାଏକ, ଡିଭିଜିନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି ,ଅଗ୍ନିଶମ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ସ୍ଥାନୀୟ ସତ୍ୟସାଇ ସେବା ସଂଗଠନ,ଗାୟତ୍ରୀ ପରିବାର,ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ, ପ୍ରଗତି ସ୍ବେଛାସେବୀ ସଂଗଠନ,ମା ତାରିଣୀ ୟୁଥ କ୍ଲବ,ଓଡିଶା ଡ୍ରାଇଭର ମହା ସଂଘ, ତାରିଣୀ ସିଣ୍ଡିକେଟ ବସ ଆସୋସିଏସନ,ପୋଇଜାମୁଳା ବିର୍ସା ମୁଣ୍ଡା ଯୁବକ ସଂଘ,ଢାଙ୍ଗଡ଼ଡିହା ଗଜାନନ ୟୁଥ କ୍ଲବ,ବାଲିଯୋଡି ସଂକଟ ତାରିଣୀ ସ୍ବେଛାସେବୀ ଅନୁଷ୍ଠାନର ସଦସ୍ୟ  ଏବଂ ସ୍ଥାନୀୟ  ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ଏହି ଚଇତି ପର୍ବ ଅବସରରେ ଗୀତା ପାଠ,ଦେବୀ ସ୍ତୁତି ପାଠ,ମା”ଙ୍କ ମାର୍ଜଣା ,  ମଙ୍ଗଳ ଆଳତୀ,ସୁନାବେଶ,  ଭାଗବତ ପାଠ,ଚଣ୍ଡୀପାଠ , ସତ୍ୟନାରାୟଣ ପୂଜା,ଆଧ୍ୟାତ୍ମିକ ନୃତ୍ୟ,ଓଡିଶୀ ଶାସ୍ତ୍ରୀୟ ନୃତ୍ୟ,ଧର୍ମ ପ୍ରବଚନ,ବାଦୀପାଲା,ଭଜନ ସମାରୋହ,ଆଇନ ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୃତୟନ,ପିଇବା ପାଣି ବ୍ୟବସ୍ଥା,ବ୍ୟାରିକେଡ଼ ବ୍ୟବସ୍ଥା,ସ୍ବେଛାସେବୀ ବ୍ୟବସ୍ଥା,ଗାଡି ପାର୍କିଂ ବ୍ୟବସ୍ଥା ,  ଅସ୍ଥାୟୀ ପ୍ରାଥମିକ ଚିକିତ୍ସା ଏବଂ ଆକସ୍ମିକ ଦୁର୍ଘଟଣା ପ୍ରତିକାର ଆଦି ସମସ୍ତ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ।  ବୈଠକରେ ଚଇତି ପର୍ବ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରା ଯାଇଥିଲା। ଆସନ୍ତା ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଏହି ଚଇତି ପର୍ବ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ପାଇଁ ମନ୍ଦିର କାର୍ଯ୍ୟନିବାହୀ ଅଧିକାରୀ ସଂଜୀବ ମହାପାତ୍ର ସମସ୍ତଙ୍କ ସହଯୋଗ କାମନା କରି  ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *