କଟକ ସଦର ବ୍ଲକ୍ ଅଚାନକ ପରିଦର୍ଶନ କଲେ ବିଧାୟକ,ସବୁ ବିଭାଗ ରେ ଚଉକି ଖାଲି

କଟକ ସଦର,୨୧/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକରେ କର୍ମଚାରୀ ମାନଙ୍କ ଅନୁପସ୍ଥିତି ପାଇଁ ଜନସାଧାରଣ ସବୁ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଆସୁଥିବା ପରିପ୍ରେକ୍ଷୀରେ ଆଜି ସୋମବାର ମଧ୍ୟାହ୍ନରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଅଚାନକ ବ୍ଲକ ପରିଦର୍ଶନ କରି ଫେରିଯାଇଥିବା ଜଣାପଡିଛି। ବିଧାୟକ ତନ ତନ କରି ପ୍ରତ୍ୟେକ ବିଭାଗ ପ୍ରକୋଷ୍ଠ କୁ ଯାଇଥିଲେ ବି ଵିଡିଓ,ଏଵିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ,ଯୋଗାଣ ଅଧିକାରୀ ଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ଵିଭାଗ ଅଧିକାରୀ ଙ୍କ ଚଉକି ଖାଲି ପଡିଥିବା ଦେଖିବାକୁ ପାଇଥିଲେ। ଏଥିପାଇଁ ବିଧାୟକ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଜିଲ୍ଲା ପ୍ରଶାସନ ସହିତ ଏ ସମ୍ପର୍କରେ ଆଲୋଚନା କରିବେ ବୋଲି କହିଥିଲେ।ଏହାର ନିରାକରଣ ପାଇଁ ଯଥାଶୀଘ୍ର ବ୍ଲକରେ ଵାୟୋମେଟ୍ରିକ ଵ୍ୟଵ୍ୟସ୍ଥା ଲାଗୁ କରାଯିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *