ମେଘ ମହ୍ଲାର ଗହ୍ମା ମହୋତ୍ସବ ପାଳିତ

ବୋଲଗଡ଼,୧୯/୮/୨୦୨୪ (ଓଡ଼ିଶା ସମାଚାର)- ବୋଲଗଡ଼ ବ୍ଲକ୍ ପିଚୁକୁଳି ପଞ୍ଚାୟତସ୍ଥ ସର୍ବାଧିକ ସ୍ୱାଧୀନତା ସଂଗ୍ରାମୀ ଗ୍ରାମ ଚମ୍ପାଇଲୋ ସଂଲଗ୍ନ ସାନବାଡ଼ରେ ପ୍ରତିଷ୍ଠିତ କଳା ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ମେଘ ମହ୍ଲାର ତରଫରୁ ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ସହାୟତାରେ ଗହ୍ମା ମହୋତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ମନୋଜ କୁମାର ଗୁମାନସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବକୁ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଉଦଘାଟନ କରି କଳା ସଂସ୍କୃତି ସହିତ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଖୋର୍ଦ୍ଧା ସମବାୟ ବ୍ୟାଙ୍କର ଅନ୍ୟତମ ନିର୍ଦ୍ଦେଶକ ପବିତ୍ର ମୋହନ ମାଝୀ, ସମିତି ସଭ୍ୟ ସଞ୍ଜୟ କୁମାର ଗୁମାନସିଂହ, ପ୍ରାକ୍ତନ ସମିତିସଭ୍ୟ ତଥା ନ୍ୟାୟବିତ୍ ପ୍ରମୋଦ କୁମାର ପ୍ରତାପସିଂହ, ସଂସ୍କୃତି ଗବେଷକ ବିଭୁତି ଭୂଷଣ ଦଳାଇ, ଶିକ୍ଷାବିତ୍  ଗୀତାଞ୍ଜଳି ମହାପାତ୍ର, ଶିକ୍ଷକ ପ୍ରକାଶ ଚନ୍ଦ୍ର ରାଉତରାୟ ଓ ସମାଜସେବୀ ପ୍ରଭାତ କୁମାର ବେହେରା ପ୍ରମୁଖ ଯୋଗଦାନ କରିଥିଲେ। ମା’ ପାଟଖଣ୍ଡା ନାଟ୍ୟ କଳା ସଂସଦ, ଜଗନ୍ନାଥ ପ୍ରସାଦ, ଗଞ୍ଜାମର କଳାକାରମାନେ ଭାରତ ଲୀଳା ପରିବେଷଣ କରିଥିଲେ। ପିପିଲି ମଙ୍ଗଳପୁରରୁ ଝିଲିମିଲି ଘୋଡାନାଚ ଦଳର କଳାକାର ଲୋକନୃତ୍ୟ ପରିବେଷଣ କରିଥିଲେ। ପ୍ରାରମ୍ଭରେ ଶିଶୁ କଳାକାର ଅର୍ପିତା ବଳିୟାରସିଂହ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଗ୍ରାମର ବରିଷ୍ଠ ଦଣ୍ଡନାଚ କଳାକାର ରତ୍ନାକର ମହାରଣା ଓ ସାମ୍ବାଦିକ ଦୀପକ କୁମାର ପାହାଡ଼ସିଂହଙ୍କୁ ମୁଖ୍ୟ ଅତିଥି ମାନପତ୍ର ଉପାୟନରେ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଓମ୍ ପ୍ରକାଶ ମହାଦେବ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପରିଶେଷରେ ଅନୁଷ୍ଠାନର ସମ୍ପାଦିକା ଆରତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *