କେନ୍ଦ୍ରାପଡ଼ା, ୧୯/୧୦/୨୦୨୪ (ଓଡ଼ିଶା ସମାଚାର)-ଗରାପୁରସ୍ଥିତ କେନ୍ଦ୍ରାପଡା ଗାନ୍ଧୀ ଭବନ ପରିସରରେ ପୂର୍ବତନ ସାଂସଦ,ସର୍ବଭାରତୀୟ ବନ୍ଦର କର୍ମଚାରୀ ସଂଘର ସଭାପତି, କେନ୍ଦ୍ରାପଡା ମହାବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ସ୍ୱର୍ଗତ ପ୍ରଭାତ କୁମାର ସାମନ୍ତରାୟଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ପୂର୍ବତନ ପୌରପାଳ ଧିରେନ ସାହୁ, ବିଜେଡି ନେତା ରବି ସାମଲ, ଡ. ଉପେନ୍ଦ୍ର ନାଥ ପ୍ରଧାନ, ଡ. ଗିରିଶ ଚନ୍ଦ୍ର ପାତ୍ର, ଜିଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ, ଗୌରହରି ପତି, ସିପିଆଇ ଜିଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ରବିନ୍ଦ୍ରନାଥ ରଥ, ପ୍ରକାଶ ମଲ୍ଲିକ, ମୁକ୍ତାର ଖାଁ, ତ୍ରିଲୋଚନ ଦାସ, ବୈଷ୍ଣବ ଚରଣ ସ୍ୱାଇଁ, ସୁରେଶ ପଟ୍ଟନାୟକ, ଶ୍ରୀଧର ମହାନ୍ତି, ମଧୁସୂଦନ ବାରିକ, ଟୁକୁନି ସିଂହ, ଆଦିତ୍ୟ ନାରାୟଣ ପତି ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସାମନ୍ତରାୟଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପୂର୍ବତନ ସାଂସଦ ସ୍ୱର୍ଗତ ସାମନ୍ତରାୟ କେନ୍ଦ୍ରାପଡା ଜିଲାରେ ଜନ୍ମଗ୍ରହଣ କରି ସାଂସଦ ଭାବେ ନିର୍ବାଚିତ ହୋଇ ସମଗ୍ର ଜିଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ସଂସଦରେ ଉପସ୍ଥାପନ କରୁଥିଲେ । ଏଥିସହିତ ଜିଲାର ବିକାଶକୁ ତ୍ୱରାନ୍ୱିତ କରିବା ସହ ଜିଲା ପାଇଁ ସ୍ୱତନ୍ତ୍ର ଭାବେ ଚିନ୍ତା କରୁଥିବା ଜଣେ ଅନନ୍ୟ ବ୍ୟକ୍ତିତ୍ୱ ଥିଲେ । ପ୍ରାରମ୍ଭରେ ଯୁବନୋ ରାଜେଶ ପଣ୍ଡା ପୂଜ୍ୟପୂଜାର ଗୁରୁତ୍ୱାରୋପ କରିବା ସହ ସ୍ୱର୍ଗତ ସାମନ୍ତରାୟଙ୍କ ସାମଗ୍ରିକ ଜୀବନଧାରା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଶେଷରେ ଦେବେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡାଙ୍କ ବିୟୋଗରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।