ଯାଜପୁର,୧୯/୧୦/୨୦୨୪ (ଓଡ଼ିଶା ସମାଚାର)- ଜିଲ୍ଲା ଜାତୀୟ ସବୁଜ ବାହିନୀ ଜିଲ୍ଲା କାର୍ଯ୍ୟ କାରିଣୀ ମୂଲ୍ୟାୟନ କମିଟି ଆନୁକୂଲ୍ୟରେ, ବୈଷ୍ଣବ ଦତ୍ତ ସରଳାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁପ୍ରଭା ନlୟକଙ୍କ ଅଧକ୍ଷତାରେ ଏକ ଦିବସୀୟ ଇକୋ କ୍ଲଵ ତତ୍ୱାବଧାରଙ୍କ ପ୍ରଶିକ୍ଷଣ ଶିବିର ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l
ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ନବକୃଷ୍ଣ ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କ ଠାରେ ଇକୋ କ୍ଲଵ ଶିକ୍ଷକଙ୍କ ଦ୍ୱାରା କିପରି ଆଗାମୀ ପିଢ଼ିପାଇଁ ପରିବେଶ ସଚେତନତା ସୃଷ୍ଟି କରାଯାଇ ପାରିବ ତାହା ବର୍ଣନା କରିଥିଲେ i ଉଦ୍ୟାନ ଅଧି ନିରୀକ୍ଷକ ଶ୍ରୀଯୁକ୍ତ ହରମୋହନ ମହାପାତ୍ର ମୁଖ୍ୟ ବକ୍ତା ରୂପେ ଯୋଗଦେଇ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀମାନଙ୍କୁ ନେଇ କିପରି ଉଦ୍ୟାନ ସୃଷ୍ଟିକରାଯାଇ ପରିବେଶ ସୁରକ୍ଷା କରାଯାଇପାରେ ତାହା ବର୍ଣନା କରିଥିଲେ l ଆବାହକ ଡଃ ଶରତ କୁମାର ସାହୁ ଇକୋ କ୍ଲଵ ତତ୍ୱାବଢ଼ାରାକଙ୍କ ପ୍ରଶିକ୍ଷଣ ଶିବିର ଆୟୋଜନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବର୍ଣନା କରିଥିଲେ l ଆବାହକ ଓ ମୁଖ୍ୟ ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ପ୍ରଶିକ୍ଷକ ଡଃ ନୃସିଂହ ଚରଣ ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଉକ୍ତ ସରକାରୀ ବିଦ୍ୟାଳୟ ଛାତ୍ରୀ ଉଦ୍ଘାଟନୀ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ l ଜିଲ୍ଲାର ବିଭିନ୍ନ ପାଞ୍ଚ ବ୍ଲକ ରୁ ପଞ୍ଚ ଜଣ ଯଥା ଡଃ ରାଜକିଶୋର ପଣ୍ଡା, ରଘୁନାଥ ମହାନ୍ତି, ଅଛୁତାନନ୍ଦ ପାତ୍ର, ଯୁଗପ୍ରଭା ସାବତ, ନବ କିଶୋର ସାହୁ ଙ୍କୁ ପ୍ରକୃତି ବନ୍ଧୁ ଓ ତିନିଟି ଅନୁଷ୍ଠାନକୁ ଯଥା ରିଜିଓ ନାଲ କଲେଜ, ବଡ଼ଚଣା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିଶ୍ୱ କଳିଙ୍ଗ ଫାଉଂଡେସନ କୁ ପ୍ରକୃତି ମିତ୍ର ପୁରସ୍କାର ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇ ସଂମ୍ମାନିତ କରାଯାଇଥିଲା l ଅତିଥି ମାନଙ୍କ ଦ୍ୱାରା ପରିବେଶ ସମିତି ଓ ଜାତୀୟ ସବୁଜ ବାହିନୀର ମୁଖପତ୍ର “ସବୁଜ ପରିବେଶ ପରିକ୍ରମା “ଉନ୍ମୋଚିତ ହୋଇଥିଲା l ଶେଷରେ ପ୍ରଶ୍ନ ଉତ୍ତର କାର୍ଯ୍ୟ କର୍ମ ହୋଇଥିଲା l ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ବିଷ୍ଣୁ ଚରଣ ସାହୁ, ନୃସିଂହ ଚରଣ ବେହେରା, ବିଜୟ ମୋହନ ରାୟ, ବିଜୟ କୁମାର ସାହୁ ଓ ଆବାହକ ଡଃ ଶରତ କୁମାର ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ରାଜକିଶୋର ପଣ୍ଡା ବିଶ୍ୱ ଶାନ୍ତି ପାଇଁ ଓ ବ୍ୟକ୍ତି ଜୀବନରେ ଶାନ୍ତିର ଆବଶ୍ୟକତା ଓ ଶାନ୍ତି ପ୍ରାପ୍ତିର ମାର୍ଗ ସମ୍ବନ୍ଧରେ ଆଲୋକପାତ କରିଥିଲେ l ଶେଷରେ ନୃସିଂହ ଚରଣ ବେହେରା ଧନ୍ୟ ନ୍ୟବାଦ ଅର୍ପଣ କରିଥିଲେ l