ସାଲେପୁର,୧୮/୧୦/୨୦୨୪(ଓଡିଶା ସମାଚାର /ଅଭୟ ଜେନା )-ପଦ୍ମପୁର ସ୍ଥିତ ପୁରାତନ ସାରସ୍ୱତ ଅନୁଷ୍ଠାନ ଶ୍ରାବଣୀ ସାହିତ୍ୟ ସଂସଦ ର ବିଂଶତମ ସ୍ଵନକ୍ଷତ୍ର ଉତ୍ସବ ଓ ଗଣକବି ବୈଷ୍ଣବ ପାଣିଙ୍କର ୧୪୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ସଂସଦ ର ସଭାପତି କବି ଉଦୟ କେଶରୀ ବର୍ମା ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବକୁ ପ୍ରଫେସର ଯୁଧିଷ୍ଠିର ଖଟୁଆ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ସମ୍ପର୍କ ସାହିତ୍ୟ ସଂସଦ ସଭାପତି କୈଳାଶ ଚନ୍ଦ୍ର ଜେନା, ମୁଖ୍ୟ ବକ୍ତା ଡ. ନିଖିଳେଶ ମହାନ୍ତି,ବିଶିଷ୍ଟ ଅତିଥି କଳିଙ୍ଗରତ୍ନ ବ୍ରମହା ନନ୍ଦ ମହାନ୍ତି,ଗୋବିନ୍ଦ ଚନ୍ଦ୍ର ମିଶ୍ର,ଅଧ୍ୟାପକ ରୁଦ୍ର ନାରାୟଣ ଦାଶ ପ୍ରମୁଖ ଯୋଗ ଦେଇ ପାଣି ସାହିତ୍ୟ ସମ୍ପର୍କ ରେ ତାତ୍ୱିକ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସାହିତ୍ୟିକ ଚନ୍ଦ୍ରମଣି ଭୂୟାଁ ଙ୍କୁ ଶ୍ରାବଣୀ ସାହିତ୍ୟ ସମ୍ମାନ ଓ ଯୁଧିଷ୍ଠିର ଖଟୁଆ ଙ୍କୁ ଗଣକବି ବାଗ୍ମୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଶ୍ରାବଣୀ ସାହିତ୍ୟ ସଂସଦ ର ସ୍ଵ ନକ୍ଷତ୍ର ଉତ୍ସବ ଓ ପାଣି ଜୟନ୍ତୀ ଅନୁଷ୍ଠିତ
