ଭୁବନେଶ୍ୱର,୦୭/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜଣାଶୁଣା ରାଜନୀତିଜ୍ଞ, ଅଧିବକ୍ତା ତଥା ସଂଗଠକ ରମା ବଲ୍ଲଭ ରଥଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳିସଭା ଗତ ବୁଧବାର ଦିନ ତାଙ୍କ ୬୦ ଫରେଷ୍ଟ ପାର୍କ ସ୍ଥିତ ଘର ପରିସରରେ ଆୟୋଜିତ ହୋଇଯାଇଛି ।
ଏଥିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା,ପ୍ରସାଦ ହରିଚନ୍ଦନ, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ବିଧାୟକ ବାବୁ ସିଂ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା,ଭଜମନ ବେହେରା, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ଦେବୀପ୍ରସାଦ ମିଶ୍ର, ପଂଚାନନ କାନୁନଗୋ, ବିଜୟ ମହାପାତ୍ର, ଅଶୋକ ପଣ୍ଡା, ପୂର୍ବତନ ଆଇଏଏସ ଅଧିକାରୀ ଅରବିନ୍ଦ ଦାସ, ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ ବିଶୋର ମହାପାତ୍ର, ପୂର୍ବତନ କେନ୍ଦ୍ରାଂଚଳ ଆରଡିସି, ବିକାଶ ଚନ୍ଦ୍ର ମହାପାତ୍ର, ଶିକ୍ଷାବିତ୍ ପ୍ରଫେସର ବୀରେନ୍ଦ୍ର ନାୟକ,
ବାଣୀକାନ୍ତ ମିଶ୍ର, ମହିଳା ଆୟୁକ୍ତ ଲୋପାମୁଦ୍ରା ବକ୍ସିପାତ୍ର, ଭୃଗୁ ବକ୍ସିପାତ୍ର, ବାଳଗୋପାଳ ମିଶ୍ର, ଲେନିନ୍ ମହାନ୍ତି, ଶିବାନନ୍ଦ ରାୟ, ବାମପନ୍ଥୀ ନେତା ସୁରେଶ ପାଣିଗ୍ରାହୀ, ଯୁୁଧଷ୍ଠିର ମହାପାତ୍ର , ଜ୍ୟୋତି ରଞ୍ଜନ ମହାପାତ୍ର, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ,ମହେନ୍ଦ୍ର ପରିଡ଼ା, ଦେବୀ ପୃଷ୍ଟି, ସୌମେନ୍ଦ୍ର ଜେନା, ସୁଦୀପ୍ତ ରାୟ, ବରିଷ୍ଠ ସାମ୍ବାଦିକ ରବି ଦାସ, ସୁଧୀର ପଟ୍ଟନାୟକ,ନାଗେଶ୍ୱର ପଟ୍ଟନାୟକ, ସୁରେନ୍ଦ୍ର ପାତ୍ର, ପିୟୁଷ ମହାନ୍ତି, ପୁରୀ ବେଲଦଳର ଦାମୋଦର ପ୍ରଧାନ, ହରପ୍ରସାଦ ଜେନା, ପ୍ରଭାକର ସାହୁ, କୈଳାସ ସ୍ୱାଇଁ , ବିଷ୍ଣୁ ମିଶ୍ର, ଗୋପାଳ ଖୁଂଟିଆ ଆଦି ଯୋଗ ଦେଇଥିଲେ ।
ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାନସଭାର ବିରୋଧିଦଳ ନେତା ନବୀନ ପଟନାୟକ ସ୍ୱର୍ଗତଃ ରମା ବଲ୍ଲଭଙ୍କ ସାନଭାଇ ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ନିକଟକୁ ଶୋକବାର୍ତା ପଠାଇ ସ୍ୱର୍ଗତଃ ରଥଙ୍କ ପରିବାର ପ୍ରତ ସମବେଦନା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସାନଭାଇ ଉମାବଲ୍ଲଭ ଓ ଅନ୍ୟମାନେ ଉପସ୍ଥିତ ରହି ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ । ଅତିଥିମାନେ ସ୍ୱର୍ଗତଃ ରଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଦିବଂଗତ ନେତାଙ୍କ ସହିତ ସେମାନଙ୍କର ଅନୁଭୂ୍ତି ବୟାନ କରିଥିଲେ ।
