୨୧ନଭେମ୍ବର ଆଶାକର୍ମୀଙ୍କ ଆନ୍ଦୋଳନ ଡାକରା

କେନ୍ଦ୍ରାପଡ଼ା, ୧୭/୧୦/୨୦୨୪ (ଓଡ଼ିଶା ସମାଚାର)- ନିଖିଳ ଓଡିଶା ଆଶାକର୍ମୀ ସଂଘ, କେନ୍ଦ୍ରାପଡା ଜିଲା କମିଟିର ଏକ ବୈଠକ ଗୋପଛକ ନିକଟରେ ସାଥି ବିକାଶ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମହାକାଳପଡା ସିଏଚସି ସଭାପତି ସାଥି ରଞ୍ଜୁ ବେହେରା ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାପରେ ଜିଲା ସମ୍ପାଦିକା ସାଥି କାନ୍ତିପ୍ରଭା ନାୟକ ବିଗତ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ ସହିତ ଆଗାମୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଏଆଇଟିୟୁସି ନେତା ସାଥି ରମଣୀରଞ୍ଜନ ରାଉତରାୟ  ତୁରନ୍ତ ନୂତନ ସରକାର ଆଶାକର୍ମୀଙ୍କ ଦୁଃଖ ଶୁଣି ସେମାନଙ୍କ ପାରିଶ୍ରମିକ ବୃଦ୍ଧି କରିବା, କାର୍ଯ୍ୟ ସମୟରେ ମୃତୁ୍ୟବରଣ କଲେ ସେମାନଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି ଦେବା, ନର୍ସିଂହୋମରେ ପ୍ରସବ ହେଲେ ସେମାନଙ୍କୁ ପାରିଶ୍ରମିକ ପ୍ରଦାନ କରାଯିବା, ଜେଏସୱାଇ ୩ଶହ ଟଙ୍କା ବଦଳରେ ଏକ ହଜାର ପ୍ରଦାନ କରା୍ୟିବା, ଆଶାଗୃହରେ ଦିନକୁ ୨ଶହ ଟଙ୍କା ପରିବର୍ତେ ୫ଶହ ଟଙ୍କା ଦିଆଯିବା, ମମତା ଦିବସରେ ଦିନକୁ ୨ଶହ ବଦଳରେ ୫ଶହ ଟଙ୍କା ଦିଆଯିବା, ଟୀକାକରଣରେ ଆଶାକର୍ମୀମାନଙ୍କୁ ୭୫ଟଙ୍କା ବଦଳରେ ଏକହଜାର ଟଙ୍କା ପ୍ରଦାନ କରାଯିବା, ପ୍ରତି କାର୍ଯ୍ୟ ପାଇଁ ଆଶାକର୍ମୀମାନଙ୍କୁ ରେଜିଷ୍ଟର ଯୋଗାଇ ଦିଆଯିବା ପ୍ରଭୃତି ବିଷୟ ଉପରେ ଆଲୋଚନା କରିବା ସହ ସରକାରଙ୍କ ନିକଟରେ ଦାବି କରିଥିଲେ । ଏହି ବୈଠକରେ ଜିଲା ଉପସଭାପତି ସାଥି ଭଜହରି ପ୍ରଧାନ, ଏଆଇଟିୟୁସି ନେତା ଅଜୟ ସାମଲ, ଅକ୍ଷୟ ମଲ୍ଲିକ, ଇନ୍ଦୁପୁର ସିଏଚସି ଉପସଭାପତି ଜୟନ୍ତୀ ବାରିକ, ଜିଲା କୋଷାଧ୍ୟକ୍ଷ ନନ୍ଦିନୀ ସ୍ୱାଇଁ, ମାର୍ଶାଘାଇ ସିଏଚସି ସମ୍ପାଦିକା ନମିତା ଦାସ, ରାଜନଗର ସିଏଚସିର କବିତା ରାଉତ, ଉପସଭାପତି ବିଜୟାଲକ୍ଷ୍ମୀ, ରାଜକନିକା ସମ୍ପାଦିକା କବିତା ସାମଲ, ମିନତୀ ସାମଲ, ପଟ୍ଟାମୁଣ୍ଡାଇ ସିଏଚସି ନୟନା ନନ୍ଦୀ, ଗରଦପୁର ସିଏଚସି ସଭାପତି ସୁମିତ୍ରା ଜେନା, ଜିଲା ଉପସଭାପତି ରୀନାରାଣୀ ଦାସ, ମାନିନୀ ମଳିକ, ସସ୍ମିତା ବାରିକ, ରେଣୁବାଳା ସେଣ, ଏଆଇଟିୟୁସି ନେତା ଆଦିକନ୍ଦ ରାଉଳ, ସୀତାକାନ୍ତ ନାୟକ, ସୁଲୋଚନା ନନ୍ଦୀ, ସଂଯୁକ୍ତା ସେଠୀ, ସୁବର୍ଣ୍ଣାପ୍ରଭା ସାହୁ, ବିଜୟଲକ୍ଷ୍ମୀ ନାଥଶର୍ମା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ୨୧ନଭେମ୍ବରରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏଥିସହିତ ଆସନ୍ତା ଡିସେମ୍ବର ୨୫ତାରିଖରେ ମହାକାଳପଡାର ରାମଚଣ୍ଡି ଠାରେ ଜିଲା ସମ୍ମିଳନୀ କରାଯିବାକୁ ସ୍ଥିର କରାଯାଇଥିଲା ।

Leave a Reply

Your email address will not be published. Required fields are marked *