ଶୃଙ୍ଖଳିତ ବ୍ୟକ୍ତି ଦିନେ ବଡ଼ ମଣିଷ ହେବ:ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ
ନିଶ୍ଚିନ୍ତକୋଇଲି,୧୯/୦୧/୨୦୨୪ (ଓଡ଼ିଶା ସମାଚାର)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ୱର ସୁଭଦ୍ରା ମହତାଵ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ନୂଆ ଓ ର ଉଦଯାପନ ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ମହମ୍ମଦ ସକିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ମାନ୍ୟବର କନ୍ଧମାଳ ସାଂସଦ ପ୍ରଫେସର ଡ଼ଃ ଅଚ୍ୟୁତ ସାମନ୍ତ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ । ଯେଉଁ ଛାତ୍ରଛାତ୍ରୀ ପାଠ ପଢିବା ସହ ଶୃଙ୍ଖଳିତ ଭାବେ କାର୍ୟ୍ୟ କରିବେ ସେ ଦିନେ ନିଶ୍ଚିତ ଭଲ ମଣିଷ ତଥା ବଡ଼ ଲୋକ ହେବ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦେଇ କଲେଜର ସମସ୍ତ ଛାତ୍ରଛାତ୍ରୀ ମୋର ପୁଅ ଝିଅ ପରି । ସେମାନଙ୍କର ଭବିଷ୍ୟତ, ବିକାଶ ଓ କଲେଜର ଉନ୍ନତି ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ପ୍ରାରମ୍ଭରେ କଲେଜର ଅଧ୍ୟକ୍ଷ ମହମ୍ମଦ ସକିଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ କଲେଜ ପରିଚାଳନା କମିଟି ସଭାପତି ପ୍ରାଧ୍ୟାପକ ଡ଼ଃ ରମାନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେ ପରେ ମଞ୍ଚରେ ସିଜଲର ଡ୍ୟାନ୍ସ ଗ୍ରୁପ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ହୋଇଥିଲା।ଉକ୍ତ କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୋଜି ସେଠି, ଜିଲ୍ଲା ପରିଷଦ ସଭ୍ୟା ଜସ୍ମିତା ସେଠୀ,ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ବ୍ଲକ ସଭାପତି ରମାକାନ୍ତ ମହାନ୍ତି,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର , ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ , ଗୌତମୀ ଦାସ, ସମିତି ସଭ୍ୟା ହିମାଦ୍ରୀ ମିଶ୍ର , ସମାଜସେବୀ ପ୍ରମୋଦ କୁମାର ସାହୁ, ଅନନ୍ତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ୟ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ସୁଧୀର କୁମାର ଦାସ, ମନମୋହନ ଖଟୁଆ, ପ୍ରକାଶ ଚନ୍ଦ୍ର ପରିଡା, ଡ଼ଃ ପ୍ରଣାତୀ ନାୟକ, ଡ଼ଃ ପ୍ରଣତୀ ନାୟକ, ଡ଼ଃ କବିତା ଷଢଙ୍ଗୀ, ବିଜୟ ପରିଡା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପିକା ଡ଼ଃ ସୁପ୍ରଭା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।