କଟକ ଜିଲ୍ଲା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ର ଉପସଭାପତି ହେଲେ ମୁକ୍ତାର ଅଲ୍ଲୀ

କଟକ ସଦର,୨୨/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ ଙ୍କ ସୁପାରିଶ ଏଵଂ ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସବିରଙ୍କ ର ଅନୁମୋଦନ କ୍ରମେ ଜିଲ୍ଲା ଉପସଭାପତି ଭାବେ କଟକ ସଦର ଅନ୍ତର୍ଗତ ନେମାଳ ପଞ୍ଚାୟତର ପୂର୍ବତନ ସରପଂଚ ମୁକ୍ତାର ଅଲ୍ଲୀ ଙ୍କୁ ରାଜ୍ୟ ସଭାପତି ଗୁରିନ୍ଦର ସିଂହ ମନୋନୀତ କରିଥିବା ଜଣାପଡିଛି।

ମୁକ୍ତାର ଜଣେ ଭଲ ସଂଗଠକ ଓ ସମାଜସେବୀ ହୋଇଥିବାରୁ ତାଙ୍କର ଏହି ନୂତନ ନିଯୁକ୍ତି କୁ ବିଜେପି ମହଲରେ ସ୍ବାଗତ କରାଯିବା ସହିତ ତାଙ୍କ ନିକଟକୁ ଅଭିନନ୍ଦନ ର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *