ଜୁନାଗଡ଼ ଶକ୍ତିପିଠ ଓ ମଣ୍ଡପରେ ମା ଦୁର୍ଗାଙ୍କ ପୂଜା ମହାସମାରୋହ ରେ ପାଳିତ

ଜୁନାଗଡ଼, ୧୨/୧୦/୨୦୨୪ (ରାକେଶ ବେମାଲ)-ଜୁନାଗଡ଼ ସହର ତଥା ଆଖପାଖ ଅଞ୍ଚଳରେ ମହାସମାରୋହରେ ବିଭିନ୍ନ ଶକ୍ତିପୀଠ ଓ ମଣ୍ଡପରେ ମା ଦୁର୍ଗାଙ୍କ ପୂଜା ପାଳିତ ହୋଇ ଯାଇଛି । ସହର ରେ ରହିଥିବା ମା କନକଦୁର୍ଗା, ମା ଲଙ୍କେଶ୍ୱରୀ ଓ ଗାୟତ୍ରୀ ଶକ୍ତିପୀଠ ରେ ନବରାତ୍ର ପୂଜା ବିଭିନ୍ନ ରୀତିନୀତି ଅନୁଯାୟୀ ଚାଲିଥିବା ବେଳେ ବିଭିନ୍ନ ମଣ୍ଡପରେ ମାଙ୍କ ପୁଜାର୍ଚନା ଯଥାରୀତି କରାଯାଉଛି। ସହରର ଲଙ୍କେଶ୍ୱରୀ କ୍ଲବ, ମାରବାଡ଼ି ପଡା ଭଗବତୀ ଦୁର୍ଗାପୂଜା କମିଟି , ଦିବ୍ୟଶ୍ରୀ ଦୁର୍ଗାପୂଜା କମିଟି ଦ୍ୱାରା ସାହୁପଡା ପ୍ରଭୃତି ପୂଜା ମଣ୍ଡପରେ ମହାସମାରୋହରେ ମା ଙ୍କ ମୃଣ୍ମୟୀ ମୂର୍ତ୍ତି ପ୍ରତିଷ୍ଠା କରାଯାଇ ପୂଜା ଅନୁଷ୍ଠିତ ହେଉଛି।ଏହିସବୁ ପୂଜାମଣ୍ଡପ ଓ ଶକ୍ତି ପୀଠରେ ସୁଉଚ୍ଚ ତୋରଣ ସାଙ୍ଗକୁ ଆକର୍ଷଣୀୟ ଆଲୋକ ମାଳାରେ ସଜ୍ଜିତ କରାଯାଇଛି। ବିଭିନ୍ନ ପୂଜା ମଣ୍ଡପରେ।ଦିନରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ରହିଥିବା ସହ ସନ୍ଧ୍ୟାରେ ଖେଚୁଡ଼ି ଓ ସନ୍ଧ୍ୟା ଭୋଗର ବ୍ୟବସ୍ଥା କରାଯାଇଛି। ଲଙ୍କେଶ୍ଵରୀ କ୍ଲବ ସଭାପତି ଭାବେ ସୁରେନ୍ଦ୍ର ସାହୁ, ପୂଜା ସଭାପତି କୁନା ଦଣ୍ଡସେନା, ମୁଖ୍ୟ ପରିଚାଳନା ଉପଦେଷ୍ଟା ଦୁର୍ଗା ପ୍ରସାଦ ନାଏକ, କୋଷାଧ୍ୟକ୍ଷ ରାଜା ମହାଳିକ ଦାୟିତ୍ୱ ନେଇଥିବାବେଳେ ସନ୍ଧ୍ୟା ର ସାଂସ୍କୃତିକ କାର୍ୟ୍ୟକ୍ରମ ରେ ଅତିଥି ଭାବେ ଭବସିନ୍ଧୁ ମଙ୍ଗରାଜ ପୂ ଉପ ସଭାପତି ଜିଲ୍ଲା ପାରିଷଦ କଳାହାଣ୍ଡି ମୁଖ୍ୟ ଅତିଥି, ଅତିଥି ଭାବେ ହିମାଦ୍ରୀ ନାଏକ ଭାଇସ ଚେୟାରମେନ ଏନ ଏ ସି, ଈଶ୍ୱର ପୂଝରୀ ବିଶିଷ୍ଟ ସମାଜସେବୀ ଏକ୍ସ ଇ ଓ ଏନ ଏ ସି,ଯୋଗଦାନ କରିଥିବା ବେଳେ ଯୀଶୁରାମ ଗୋପାଳ, ଚନ୍ଦ୍ରଧ୍ଵଜ ଗୁରୁ, ମନୋଜ ମେହେର ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ସେହିପରି ଦିବ୍ୟଶ୍ରୀ ଦୁର୍ଗାପୂଜା କମିଟି ସଭାପତି ନରେନ୍ଦ୍ର କୁମାର ସାହୁ, ସମ୍ପାଦକ ବିଶ୍ୱଜିତ ସାହୁ (ସୋନୁ ), କୋଷାଧ୍ୟକ୍ଷ ଅଙ୍କିତ ସାହୁ ରହିଥିବା ବେଳେ ଆନନ୍ଦ ସାହୁ, ବିଶ୍ୱଜିତ ସାହୁ, କାନ୍ନେହୀ ରାହୁଲ, କୁଲୁ ଦାସ, ବୁଲୁ ସାହୁ, ଇନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ଭଗବତୀ ଦୁର୍ଗାପୂଜା କମିଟି ସଭାପତି ଭାବେ ରାଜେଶ କୁମାର ଅଗ୍ରୱାଲ, ସମ୍ପାଦକ ହେମନ୍ତ ଅଗ୍ରୱାଲ, କୋଷାଧ୍ୟକ୍ଷ ଅଶୋକ କୁମାର ଅଗ୍ରୱାଲ, ପ୍ରସାଦ ସେବନ ସଭାପତି ଶିବଜି ଅଗ୍ରୱାଲ, ପୂଜାସାମଗ୍ରୀ ସଭାପତି ମନୋଜ ଅଗ୍ରୱାଲ ଦାୟିତ୍ୱ ନେଇଥିବା ବେଳେ ସନ୍ତୋଷ ସିଂହଲ, ଚିଣ୍ଟୁ ଅଗ୍ରୱାଲ, ଶଙ୍କର ଅଗ୍ରୱାଲ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।
ପୂଜା କମିଟି ମାନଙ୍କ ତରଫରୁ ନୃତ୍ୟ ପ୍ରତିଯୋଗିତା, ଓ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି। ପ୍ରବଳ ଜନସମାଗମ ବ୍ୟବସ୍ଥାକୁ ଦେଖି ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା କଡାକଡି ପଦକ୍ଷେପ ନିଆଯାଇଛି। ଜୁନାଗଡ଼ ର ମା ଙ୍କ ଦୁର୍ଗାପୂଜା ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଛି ।

Leave a Reply

Your email address will not be published. Required fields are marked *