ଓଡିଶା ରାଇଜିଙ୍ଗ ଫାଉଣ୍ଡେସନର ଇନକ୍ଲୁସିଭ ସମିଟ ୨୦୨୩ ଅନୁଷ୍ଠିତ

ଭୁବନେଶ୍ୱର,୧୧/୧୨/୨୦୨୩ (ଓଡ଼ିଶା ସମାଚାର)- ଆଜି ଆଇ.ସି. ଏମ.ଆର /ଆର.ଏମ.ଆର.ସି ଅଡିଟରିଅମଠାରେ ଓଡିଶା ଇନକ୍ଲୁସିଭ ସମିଟ ୨୦୨୩ ଅନୁଷ୍ଠିତ ହୋଇଯାଇଛି. ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ତରଫରୁ ଆୟୋଜିତ ଏହି ସମିଟରେ କେବଳ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ପରି ସମାନ ପରିମାଣରେ ଭାଗିଦାରୀତା ଓ ଅଧିକାର ତଥା ସମସ୍ତ ସୁବିଧା ସୁଯୋଗ ଉପଭୋଗ କରିହେବ ସେହି ବିଷୟରେ ବହୁ ଟେକ୍ନିକାଲ ଏକ୍ସପର୍ଟ ମାନଙ୍କୁ ନେଇ ଆଲୋଚନାଚକ୍ର କରାଯାଇଥିଲାା ଓଡ଼ିଶାର କ୍ରମବର୍ଦ୍ଧିଷ୍ଣୁ ପ୍ରଗତିରେ ଭିନ୍ନକ୍ଷମ ପିଲାମାନେ ଓ ବ୍ୟକ୍ତିମାନେ କିପରି ନିଜକୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରତିପାଦିତ କରି ଦକ୍ଷତା ଅର୍ଜନ କରିପାରିବେ ଓ ନିଜର ଦକ୍ଷତା ବିକାଶ କରି ରୋଜଗାରକ୍ଷମ ହୋଇପାରିବେ ସେହି ସମ୍ବନ୍ଧରେ ବୁଦ୍ଧିଜୀବୀ, ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିବିଶେଷ ମାନଙ୍କ ପରାମର୍ଶ ଗ୍ରହଣ କରି ସରକାରଙ୍କ ପାଖରେ ଉପସ୍ଥାପନ କରିବା ଉଦେଶ୍ୟରେ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ଓ ତାର ଅ୍ୟକ୍ଷ ଅକ୍ଷୟ ସାଗର ସାଧୁ ଉଦ୍ୟମ ବୋଲି ବକ୍ତାମାନେ ପ୍ରକାଶ କରିଛନ୍ତି । ଆଜିର ଏହି ଓଡିଶା ଇନକ୍ଲୁସିଭ ସମିଟ ୨୦୨୩ ରେ ମୁଖ୍ୟଅତିଥି ଭାବେ ରାଜ୍ୟର ଦକ୍ଷତା ବିକାଶ ଓ ସୂଚନା ପ୍ରଯୁକ୍ତି ବିଭାଗର ମାନ୍ୟବର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଯୋଗଦେଇ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନର ଏଭଳି ମହତ ଉଦେଶ୍ୟକୁ ପ୍ରଶଂସା କରିବା ସହ ଭିନ୍ନକ୍ଷମ ମାନଙ୍କୁ ଭଲ ପ୍ଲାଟଫର୍ମ ଯୋଗାଇଦେବା, ଟ୍ରାନ୍ସଫରମେଶନ ଓ ବିକାଶ ପ୍ରୋସେସରେ ଯୋଗଦାନ କରି ଭିନ୍ନକ୍ଷମ ମାନେ କିପରି ଉନ୍ନତି କରିପାରିବେ, ବିଭିନ୍ନ ଇଣ୍ଡଷ୍ଟ୍ରିସେକ୍ଟର ରେ ନିଯୁକ୍ତି ଓ ଆତ୍ମନିଯୁକ୍ତି ପାଇବାରେ ସକ୍ଷମ ହେବେ ସେହି ବିଷୟରେ ମତାମତ ଗ୍ରହଣକରି ସରକାରଙ୍କୁ ଦେଲେ ସରକାର ଉଚିତ ପଦକ୍ଷେପ ନେଇ ଭିନ୍ନକ୍ଷମ ମାନଙ୍କ ଭବିଷ୍ୟତ ପନ୍ଥା ନିର୍ଧାରଣରେ ସହାୟକ ହେବେବୋଲି କହିଛନ୍ତିା ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ଏହି ଆଲୋଚନରୁ ବହୁ ଜିନିଷ ଶିଖିବାର ଅଛି ଯାହାଦ୍ୱାରା ଭିନ୍ନକ୍ଷମ ମାନେ ଲାଭ ପାଇବେ, କଣ୍ଟ୍ରିବ୍ୟୁଟ କରିବା ପାଇଁ ଦକ୍ଷହୋଇ ପାରିବୋ ସେହିପରି ଏଭଳି କାର୍ୟ୍ୟକ୍ରମକୁ ପ୍ରଶଂସା କରିବା ସହିତ ରାଜ୍ୟ ସରକାର ସ୍କିଲ ଡେଭେଲପମେଣ୍ଟ ଓ ଆଇଟି ସେକ୍ଟରରେ ବହୁ କାର୍ୟ୍ୟକ୍ରମ ହାତକୁନେଉଛନ୍ତି, ଭିନ୍ନକ୍ଷମ ମାନେ କିପରି ନିଜର ଦକ୍ଷତା ବିକାଶ ହେବ ଓ ପ୍ରୋପରପ୍ଲେସମେଣ୍ଟ ହୋଇପାରିବ ସେଥିପାଇଁ ଆଲୋଚନା କରି ରାଜ୍ୟ ସରକାରଙ୍କୁ ଜଣାଇଲେ ସରକାର ପଦକ୍ଷେପନେବେ । ଭିନ୍ନକ୍ଷମ ମାନଙ୍କୁ ଆଇଡେଣ୍ଟିଫିକେସନ କରି ସେମାନଙ୍କ ବିକାଶ, ସୁରକ୍ଷା ଓ ସମସ୍ତ ମୌଳିକ ଅଧିକାର ପ୍ରାପ୍ତହେବା ସହ ବିଶେଷକରି ଭିନ୍ନକ୍ଷମ ମାନଙ୍କ ନିଯୁକ୍ତି ପାଇଁ ବିଭିନ୍ନ କ୍ଷେତ୍ରରୁ ଏକ୍ସପର୍ଟମାନଙ୍କୁ ଆଜି ସମିଟ କରି ସେମାନଙ୍କ ମତାମତ ଗ୍ରହଣକରି ଗୋଟେ ଦସ୍ତାବିଜ ପ୍ରସ୍ତୁତକରି ସରକାରଙ୍କୁ ଦେବାକୁ ପ୍ରୟାସ କରିଛୁ ବୋଲି କହିଛନ୍ତି ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ର କୋ ଫାଉଣ୍ଡର ତଥା ଅଧକ୍ଷ ଅକ୍ଷୟ ସାଗର ।ଏହି ଆଲୋଚନାଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ପ୍ରସଙ୍ଗର ସମ୍ପାଦିକା କସ୍ତୁରୀ ମହାପାତ୍ର, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ସ୍ୱାଭିମାନର ମୁଖ୍ୟ ସୃତି ମହାପାତ୍ର, ସ୍ୱତନ୍ତ୍ରଶାସନସଚିବଏସ.ଏସ.ଇପିଡିବିଭାଗଶ୍ରୀଦିଲୀପକୁମାରରାୟ, ଅନ୍ୟତମ ବରିଷ୍ଠ ଅଧିକାରୀ ସନ୍ୟାସୀ ବେହେରା, କଳିଙ୍ଗ ହସ୍ପିଟାଲର ସ୍ତ୍ରୀ ରୋଗ ବିଶେଷଜ୍ଞ କୁସୁମ ଦାସ, ମୋ ସ୍କୁଲ ଅଭିଯାନର ମୁଖ୍ୟ ଅମିତ ଜେନା ଓ ଜୁଏଲ ଇଂଟର ନ୍ୟାସନାଲ ସ୍କୁଲର ସେକ୍ରେଟାରୀ ନାରାୟଣ ପତି ପ୍ରମୁଖ ଯୋଗଦେଇ ବିଭିନ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *