ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବରେଡକ୍ରସର ତାଲିମ ଶିବିର

କେନ୍ଦ୍ରାପଡ଼ା, ୧୧/୧୦/୨୦୨୪ (ଓଡ଼ିଶା ସମାଚାର)- ନିକିରାଇସ୍ଥିତ ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବରେଡକ୍ରସ ଆନୁକୂଲ୍ୟରେ ସ୍ୱେଛାସେବୀମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳ ଅଧ୍ୟକ୍ଷତାକରି ସ୍ୱେଛାସେବୀମାନଙ୍କୁ ସମାଜସେବାରେ ବ୍ରତୀହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଯୁବରେଡକ୍ରସର ସଂଯୋଜକ ପ୍ରଫେସର ରତ୍ନାକର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡକ୍ରସର ବିଚାରଧାରାରେ ନିଜକୁ ନିୟୋଜିତ କରିବାକୁ ମନ୍ତ୍ର ପ୍ରଦାନ କରିଥିଲେ । ରାଜନୀତିବିଜ୍ଞାନ ବିଭାଗ ମୁଖ୍ୟ ତଥା ପ୍ରାକ୍ତନ ଜିଲା ରେଡକ୍ରସର ସଂଯୋଜକ ଡ. ଆଲୋକ କୁମାର ରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଯୁବରେଡକ୍ରସର ଆଭିମୁଖ୍ୟ ଓ ବିଚାରଧାରା ଉପରେ ସ୍ୱେଛାସେବୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲା ରେଡକ୍ରସର ସମ୍ପାଦକ ପ୍ରଫେସର ସୁରେନ୍ଦ୍ର ମଲ୍ଲିକ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ ଡ. ହେମନ୍ତ କୁମାର ଶତପଥୀ, ପ୍ରଫେସର ହେମନ୍ତ କୁମାର ପରିଡା, ପ୍ରଫେସର ଭକ୍ତବନ୍ଧୁ ଓଝା, ଡ. ସେକ ହବିବ୍, ପ୍ରଫେସର ଅମ୍ଳାନ ରାଉତ, ଡ. ପ୍ରମୋଦ କୁମାର ରାଉତ ଓ ଡ. ସଂଗ୍ରାମ ମହାନ୍ତି ପ୍ରମୁଖ ଯୋଗଦେଇ ସେମାନଙ୍କର ସୁଚିନ୍ତିତ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଏହି ଶିବିରରେ ଯୁବ ରେଡକ୍ରସର ଶତାଧିକ ସ୍ୱେଛାସେବୀ ତାଲିମ ଗ୍ରହଣ କରିଥିଲେ । ଶେଷରେ ଓଡିଆ ଭାଷା ସାହିତ୍ୟର ଯୁବ ଅଧ୍ୟାପକ ପ୍ରଫେସର ଦିଲ୍ଲିପ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବରେଡକ୍ରସ ପରାମର୍ଶଦାତା ପ୍ରଫେସର ଡ. ହିମାଂଶୁ ଭୂଷଣ ପରିଡା ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *